କାକଟପୁର ବ୍ଲକରେ ପଶିଲା ସେଣ୍ଟ୍ରାଲ ଅଡିଟ ଟିମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗ୍ରାମାଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ବିକାଶ କରିବା ପାଇଁ ସରକାର ନୂଆ ନୂଆ ଯୋଜନା ସହିତ ବ୍ଲକର ବିଭିନ୍ନ ପଞ୍ଚାୟତ ଗୁଡିକୁ ଦେଉଛନ୍ତି କୋଟି କୋଟି ଅର୍ଥ | କିନ୍ତୁ ବାସ୍ତବିକରେ ଯୋଜନା ଦ୍ୱାରା ଆସୁଥିବା ଅର୍ଥ ଗୁଡିକ ହେଉଛି ହଡପ | ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଏପରି ବଡ଼ ଧରଣର ଅର୍ଥ ଲୁଟ ହୋଇଥିବାର ଅଭିଯୋଗ ପରେ ଆଜି ଏକ ସେଣ୍ଟ୍ରାଲ ଟିମ ପହଂଚି ଏହାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି | କାକଟପୁର ପଞ୍ଚାୟତରେ ବିଗତ ପାଞ୍ଚ ବର୍ଷ ହେବ ନିର୍ଦ୍ଧିଷ୍ଟ ଗୋଟିଏ ମହିଳା SHG ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଯାଇ ପରିମଳ ସଫେଇ ଦାଇତ୍ୱ ଦିଆଯାଇ ଷାଠିଏ ଲକ୍ଷରୁ ଉର୍ଦ୍ଧ ସରକାରୀ ଅର୍ଥକୁ ଲୁଟ କରାଯାଇଛି ବୋଲି ସରକାରୀ ପୋର୍ଟାଲର ତଥ୍ୟ ଅନୁଯାୟୀ ଅଭିଯୋଗ ହୋଇଛି। ପରିମଳ ଯୋଜନା ସହ ମନରେଗାରେ ମଧ୍ୟ ହୋଇଛି କୋଟି କୋଟି ଟଙ୍କାର ଦୁର୍ନୀତି। ଏହାର ଏକ ଅଭିଯୋଗ କେନ୍ଦ୍ର ପଞ୍ଚାୟତରାଜ ବିଭାଗକୁ ମିଳିଲା ପରେ, ଅଭିଯୋଗ ଆଧାରରେ ସେଣ୍ଟ୍ରାଲ ଟିମ ଆଜି କାକଟପୁର ରେ ପହଂଚି ଆରମ୍ଭ କରିଛି ପ୍ରାଥମିକ ତଦନ୍ତ | ଦୁର୍ନୀତିକୁ ନେଇ ଆଜି କେନ୍ଦ୍ରୀୟ ଟିମର କର୍ମଚାରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ପରିମଳ ମନରେଗା ଦୁର୍ନୀତିକୁ ନେଇ ତଦନ୍ତ କରିଛନ୍ତି | କେନ୍ଦ୍ରୀୟ ଟିମଙ୍କ ସାଥେ କାକଟପୁର ବ୍ଲକର ବିଡ଼ିଓ,କନିଷ୍ଟ ଯନ୍ତ୍ରୀ ଓ ମନରେଗା ବିଭାଗର କର୍ମଚାରୀମାନେ କାର୍ଯ୍ୟ ହୋଇଥିବା ସ୍ଥାନ ଗୁଡିକ ଦେଖାଇଥିଲେ |ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଦୁର୍ନୀତି ଖୋର କର୍ମଚାରୀଙ୍କ ଉପରେ କଣ ସତରେ ହେବ କାର୍ଯ୍ୟାନୁଷ୍ଠାନ, ନାଁ ତଦନ୍ତ କେବଳ ଧର୍ମକୁ ଆଖିଠାର | କାକଟପୁର ବ୍ଲକରେ କୋଟି କୋଟି ଟଙ୍କାରୁ ଉର୍ଦ୍ଧ ମନରେଗା ଓ ପରିମଳ ଦୁର୍ନୀତି ହୋଇଥିବା ନେଇ କାହାକୁ ବା ଅଛପା ନାହିଁ । ଦେଖାଯାଉ କେନ୍ଦ୍ରୀୟ ଟିମର ତଦନ୍ତ ପରେ ବ୍ଲକର ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ କଣ ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତ ଦୁର୍ନୀତି ଉପରେ ଯଦି ସଠିକ ତଦନ୍ତ ନହୋଇ ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ,ତେବେ ଆଗାମୀ ଦିନରେ ଜୈନିକ ଅଭିଯୋଗକାରୀ ମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେବୋଲି ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ