କାକଟମଙ୍ଗଳା ମନ୍ଦିର ପରିସରରେ ବଡଓଷା ଓ ପଂଚୁକ ଅବସରରେ ମୁରୁଜ ପ୍ରତିଯୋଗୀତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କାକଟମଙ୍ଗଳା ମନ୍ଦିର ପରିସରରେ ପଂଚୁକ ପାଂଚଦିନ ଧରି ବଡଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକଦିନ ସକାଳୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏକ ଯୋଗସୁତ୍ର ତଥା ସୁସମ୍ପର୍କର ପ୍ରତିଷ୍ଠା ଉଦେଶ୍ୟରେ କୁନି କୁନି ବାଳିକା ପ୍ରତିଯୋଗୀମାନେ ପ୍ରଭୁ ଶିବଶମ୍ଭୁଙ୍କୁ ମନାସୀ ବା ନିଜର ମାନସୀକ ପୁରଣ ପାଇଁ ଭଗବାନଙ୍କୁ ସ୍ମରଣ କରି ମୁରୁଜ ପକା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ସତ୍ୱେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାକ୍ସ ପିନ୍ଧି ସାନିଟାଇଜର ବ୍ୟବହାର ପୂର୍ବକ କାକଟମଙ୍ଗଳା ମନ୍ଦିର ସମ୍ମୁଖରେ ବିଭିନ୍ନ ରଙ୍ଗ ବେରଙ୍ଗର ମୁରୁଜ ପକାଇଥିବା ଦେଖିବାକୁ ମିଳିଛି । ଏହି ପ୍ରତିଯୋଗୀମାନେ ହେଉଛନ୍ତି ରାଜେଶ୍ୱରୀ ନାୟକ, ରୁକ୍ମଣୀ ପ୍ରିୟଦର୍ଶିନୀ ସେଠୀ, ସାଇ ସୈାମ୍ୟା ସାମଲ, କାନନୀକା ସେଠୀ, ପ୍ରିତିପରିମିତା ସାହୁ, ଶ୍ରଦ୍ଧାସୁମନ ଦାସ ଓ ସୁଜାତା ମହାନ୍ତି ପ୍ରମୁଖ ଅତି ଶ୍ରଦ୍ଧାର ସହିତ ମୁରୁଜ ପକାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ