କାକାର ଫାର୍ଶା ଚୋଟରେ ପୁତୁରାର ମୁଣ୍ଡ ଗଡିଲା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂ୍ରଭଂଜ ଜିଲ୍ଲାର ବାମନଘାଟା ଉପଖଣ୍ଡରେ ପାରିବାରିକ ହିଂସା, ଜମିବାଡ଼ି ଗଣ୍ଡଗୋଳ, ଗୁଣିଗାରେଡି, ନାବାଳିକା ଯୌନ ନିର୍ଯାତନା ନେଇ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଉଛି । ସରକାରଙ୍କ ଆଇନ ଯେମିତି ତେଣୁ କଠୋର ହେଲେ ମଧ୍ୟ ଅସାମାଜିକ ସୁଧୁରୁ ନାହାନ୍ତି । ଏଭଳି ଏକ ଅଭାବନୀୟ ଦୁଖଦ ଘଟଣା ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମତଦାନ ପଞ୍ଚାୟତର ଅନ୍ଧାରଝରି ଗ୍ରାମରେ ଶୁକ୍ରବାର ଦିନ କାଳ ରାତ୍ରୀରେ ପାଖାପାଖି ୧୧.୩୦ ସମୟରେ ଘର ଅଗଣାରେ ପୁତୁରା ଛୋଟରାୟ ଟୁଡୁ (୪୦) ଶୋଇଥିବା ବେଳେ ଳାକା ସୁନାରାମ ଟୁଡୁ (୬୫) ଦିର୍ଘ ଦିନର ଜମିବାଡ଼ି ଗଣ୍ଡଗୋଳକୁ ନେଇ ଏକ ଫାର୍ଶାରେ ପୁତୁରାର ବେକରେ ଛୋଟ ମାରିଥିଲା । ପୁତୁରାର ମୃତ୍ୟୁ ହୋଇଥିଲା । ଖବର ପାଇ ଶନିବାର ଦିନ ସକେ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ଏବଂ ବିଶୋଇ ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ସଦଳବଳେ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଥିଲେ ।ତଦସହ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ତଦନ୍ତ କରିଥିଲେ । ପୋଲିସ ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଆଜି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଏହାକୁ ନେଇ ଥାନାରେ ୪୮/୨୦ ମାମଲା ରୁଜୁ କରିଛି । ପୋଲିସ ତଦନ୍ତ ଅନୁସାରେ କାକା ସୁନାରାମ ଟୁଡଙ୍କଙ ଗିରଫ କରିବା ସହ ମାରାଣାସ୍ତ ଜବତ କରିଛି । ହତ୍ୟାକୁ ନେଇ ଗାଁରେ ଭ଼ୟରବାତବରଣ ସୃଷ୍ଟି ହୋଇଥିଲା ।


