କାଗଜ କଳାରେ “ସୂର୍ଯ୍ୟ ମିଶନ”- ଆଦିତ୍ୟ-ଏଲ୍-୧କୁ ଶୁଭେଚ୍ଛା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜହ୍ନ ପରେ ସୂର୍ଯ୍ୟରେ ଭାରତ ଲେଖିବ ନୂଆ ଇତିହାସ । ଏନେଇ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି । ଖୋଲିବ ସୂର୍ଯ୍ୟଙ୍କ ଅଜଣା ରହସ୍ୟର ଗୁମର । ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ ହେବ ଇସ୍ରୋର ବହୁ ପ୍ରତୀକ୍ଷିତ ସୂର୍ଯ୍ୟଯାନ ଆଦିତ୍ୟ-ଏଲ୍-୧ । ଏହା ଭାରତର ପ୍ରଥମ ସୂର୍ଯ୍ୟ ମିଶନ୍ । ମିଶନ୍ ପାଇଁ ଏନେଇ ସରିଛି ସମସ୍ତ ପ୍ରସ୍ତୁତି । ଲଞ୍ଚପ୍ୟାଡ୍ରେ ପ୍ରସ୍ତୁତ ହୋଇ ରହିଛି ବାହୁବଳୀ ରକେଟ୍ ଚଝଖଠ-ଉ୫୭ । ଏହି ପରିପ୍ରେକ୍ଷୀରେ କାଗଜ କଳାରେ ପ୍ରତୀକାତ୍ମକ ସୂର୍ଯ୍ୟ ମିଶନ୍ ପାଇଁ ପ୍ରସ୍ତୁତ ହୋଇ ରହିଥିବା ରକେଟ୍ ତିଆରି କରି ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଭାରତର ଏ ମିଶନ୍ ସଫଳ ହେଉ ଏ ନେଇ ସେ ଈଶ୍ୱରଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରାର୍ଥନା କରିଛନ୍ତି । ଏହି କୁନି ଚିତ୍ରଶିଳ୍ପୀ ଜଣକ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ କ୍ଷେତ୍ରରେ ଯିବାକୁ ଏହା ଅନେକ ପ୍ରେରଣା ଦେବ ବୋଲି ଶାନ୍ତନୁ କୁହନ୍ତି ।


