କାଚ ମନ୍ଦିର

ଆପଣମାନେ ଦେଖିଥିବା ମନ୍ଦିର ପଥରରେ ନିର୍ମିତ ହୋଇଥାଏ । ସେହି ମନ୍ଦିରର ଚାରି ପାଖରେ ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟ ସେହି ପଥରେ ନିର୍ମିତ ହୋଇଥାଏ । ହେଲେ ବହୁ ପୁରାତନ କାଳରୁ ଏକ ମନ୍ଦିର ଅଛି ଯାହା କେବଳ କାଚରେ ତିଆରି ହୋଇଛି । ଏହି କାଚ ମନ୍ଦିର ଇନ୍ଦୋରରେ ଅବସ୍ଥିତ । ୧୯୦୩ରେ ବ୍ରିଟିସ୍ ଭାରତର ପ୍ରସିଦ୍ଧ ଉଦ୍ୟୋଗପତି ସାର୍ ସେଠ ହୁକୁମଚନ୍ଦ ଜୈନ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଥିଲେ । ଏହି ମନ୍ଦିରର ଅଭ୍ୟନ୍ତରୀଣ ସାଜସଜ୍ଜା ମୁଖ୍ୟତଃ କାଚରେ ହୋଇଥିବାରୁ, ଏହାର ନାମକରଣ କରାଯାଇଥିଲା କାଚ ମନ୍ଦିର । ଏଥିପାଇଁ ସୁଦୂର ଇରାନରୁ କାଚ କାରିଗରମାନଙ୍କୁ ଅଣାଯାଇଥିଲା । ମନ୍ଦିର ଗର୍ଭ ଗୃହରେ ସମସ୍ତ ଜୈନ ତୀର୍ଥ ପୂଜା ପାଉଛନ୍ତି । ଏହାର କାନ୍ଥରେ କାଚ ବସାଯାଇଥିବାରୁ ସେମାନଙ୍କ ପ୍ରତିମା ମାନ ଅସଂଖ୍ୟ ଥର ଦେଖିବାକୁ ମିଳିଥାଏ । “କ୍ଷମାୱଣୀ’, “ସୁଗନ୍ଧ ଦଶମୀ’, “ରଥଯାତ୍ରା’ ଆଦି ମନ୍ଦିରର ମୁଖ୍ୟ ପର୍ବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ