କାଚ ସଫା କରିବାର ସୁନ୍ଦର ଉପାୟ
ଆପଣଙ୍କ ଗାଡିର କାଚ ମଇଳା ହୋଇଯାଇଛି କି? ଘରେ ଡେସିଂ ଟେବୁଲର ମିରର ଖରାପ ଦିଶୁଛି କି? କାଚ କବାଟ ଓ ଝରକାରେ କିଛି ଦାଗ ଲାଗିଯାଇଛି କି? ତେବେ ଚିନ୍ତା କରନ୍ତୁନି, ଆମ ପାଖରେ କିଛି ଏପରି ଟିପ୍ସ ଅଛି ଯାହା ଦ୍ୱାରା ଆପଣଙ୍କ ସମସ୍ୟାର ଦୂର ହୋଇଯିବ । ଆଜି ଆମେ କାଚ ସଫା କରିବାର କିଛି ଭଲ ଉପାୟ ବତାଇବୁ । ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ । ହ୍ୱାଇଟ୍ ଭିନେଗାର: ମଇଳା ହୋଇଥିବା କାଚକୁ ସଫା କରିବା ପାଇଁ ପ୍ରଥମେ ଭିନେଗାରକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ । ଏହା ପରେ କାଚରେ ସ୍ପ୍ରେ ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି କେତେକ ଜନଜାତି ସମ୍ପ୍ରଦାୟରେ ବରଘର ପକ୍ଷରୁ ବିବାହର ଏକ ସପ୍ତାହ ପୂର୍ବରୁ କନ୍ୟାକୁ ଘରକୁ ଅଣାଯାଇଥାଏ । ବରକରି ସଫା କପଡ଼ାରେ ପୋଛିଦିଅନ୍ତୁ । ଦେଖିବେ କାଚ ପୂରା ଚକ୍ଚକ୍ ଦିଶିବ ।
ବେକିଂ ସୋଢ଼ା: କିଛି ବେକିଂ ସୋଢ଼ାକୁ ନେଇ ଏକ ନରମ କପଡ଼ା ସାହାଯ୍ୟରେ କାଚରେ ଲଗାନ୍ତୁ । ପରେ ଏକ ସଫା କପଡ଼ାକୁ ଓଦା କରି କାଚକୁ ପୋଛିଦିଅନ୍ତୁ । କାଚରୁ ସମସ୍ତ ଦାଗ ସଫା ହୋଇଯିବ ।
ସେଭିଂ କ୍ରିମ୍: ଆପଣଙ୍କ ଗାଡ଼ି କିମ୍ବା ବାଥରୁମ୍ର କାଚରେ ବାଷ୍ପିତ ଧୂଆଁ ଜମିଯାଉଛି କି? ଯଦି ହଁ, ତେବେ ସେଭିଂ କ୍ରିମକୁ କାଚରେ ଲଗାଇ ଦିଅନ୍ତୁ । ତା’ ପରେ ଏହାକୁ ଏକ ସଫା ନରମ କପଡ଼ା ଦ୍ୱାରା ସଫା କରିଦିଅନ୍ତୁ । ଏପରି କଲା ପରେ ଦେଖିବେ ଆଉ ଗାଡ଼ି କାଚ ଧୂଆଁଳିଆ ଦିଶିବ ନାହିଁ ।
ଲେମ୍ବୁ ରସ :ପ୍ରାୟ ସମସ୍ତେ ଜାଣିଥିବେ ଲେମ୍ବୁ ରସ କପଡାରେ ଲାଗିଥିବା ସବୁ ଦାଗ ଛଡ଼ାଇଦିଏ । କିନ୍ତୁ ଏହା କାଚରେ ଲାଗିଥିବା ଦାଗ ବି ଛଡାଇପାରେ । ଲେମ୍ବୁ ରସରେ ଅଳ୍ପ ପାଣି ମିଶାଇ କାଚ ସଫା କଲେ କାଚରୁ ସମସ୍ତ ଦାଗ ଗାୟବ ହୋଇଯାଏ ।
କାଗଜ : ପ୍ରାୟ ସମସ୍ତେ କାଚ ସଫା କଲା ବେଳେ କପଡାର ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, କପଡା ଅପେକ୍ଷା ଯଦି କାଗଜରେ କାଚ ସଫା କରିବେ ତେବେ ଏହା ବେଶି ଚକ୍ଚକ୍ ଦିଶିବ ।


