କାଜୁ ଗଛରୁ ପଡି ଜଣେ ଗୁୁରୁତର
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ପଂଚାୟତ କେଚାପଙ୍କା ଗାଁର ଜଣେ ବ୍ୟକ୍ତି ନିଜ ବାଡକୁ ଯାଇ କାଜୁ ତୋଳିବା ସମୟରେ କୌଣସି କାରଣରୁ ତଳକୁ ଓହ୍ଲାଉଥିବା ସମୟରେ ଗଛର କାଠ ଭାଙ୍ଗିଯିବାରୁ ତଳେ ବେହୋସ ହୋଇ ପଡିଯାଇଥିଲେ । ସେଠାରୁ ତାଙ୍କ ପରିବାର ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତାଙ୍କର ମୁଣ୍ଡ, ବେକ, ଜଙ୍ଘ ଓ ପିଠିରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଥିବୋ ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣକର ନାମ ସନ୍ତୋଷ ଗମାଙ୍ଗ (୩୮) ।


