କାଜୁ ଚୋପା ବୋଝେଇ ପିକଅପ ଭ୍ୟାନରୁ ୭୦ ଖଣ୍ଡ ଶାଳ କାଠ ଜବତ, ଜଣେ ଗିରଫ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବନ ବିଭାଗ ଓ ଅଡ଼ବା ଥାନା ପୋଲିସ ମିଳିତ ଚଢ଼ାଉ କରି ଗୁଣ୍ଡିମା ନିକଟରୁ ଏକ କାଜୁ ଚୋପା ବୋଝେଇ ପିକଅପ ଭ୍ୟାନ ନଂଓର୦୬ଟି୧୬୨୮ ରୁ ୭୦ ଖଣ୍ଡ ଶାଳ କାଠ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ, ଗଂଜାମ ଜିଲ୍ଲା କଂସାମାରି ଗାଁର ପି. ମହେନ୍ଦ୍ର ଦୋରା । ଅଭିଯୁକ୍ତ ଜଣକ ଅଡ଼ବା ଥାନା ଗୁଲୁବା ଅଞ୍ଚଳରୁ ପିକଅପ ଭ୍ୟାନରେ କାଠ ଉପରେ କାଜୁ ଚୁପା ଲୋଡ଼ କରି କଂସାମାରି ଗାଁକୁ ଚାଲାଣ କରୁ ଥିବା ବେଳେ ବନବିଭାଗ ଓ ପୋଲିସ ଚଢ଼ାଉ କରି କାଠ ଗଡିକୁ ଜବତ କରିଛନ୍ତି। ଘଟଣା ସ୍ଥଳରୁ ଅନ୍ୟ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ବେଳେ ଜବତ କାଠର ଆନୁମାନିକ ମୁଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନାଅଞ୍ଚଳ ଅଧିକାରିଣୀ କଳ୍ପନା ନାୟକ ସୂଚନା ଦେଇଛନ୍ତି ।


