କାଜୁ ଜଙ୍ଗଲ ରୁ ଝୁଲନ୍ତା ଅବସ୍ଥାରେ ଅଙ୍ଗନବାଡି କର୍ମୀଙ୍କ ମୃତ ଦେହ ଉଦ୍ଧାର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମ ରାସ୍ତା ପାର୍ଶ୍ୱରେ ଜଣେ ଅଙ୍ଗନବାଡି କର୍ମୀ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି l ମୃତ ଅଙ୍ଗନବାଡି କର୍ମୀ ଜଣକ ହେଲେ ପୋଡାପଦର ଗ୍ରାମର 3 ନଂ ଅଙ୍ଗନବାଡି କେନ୍ଦ୍ର ର କର୍ମୀ ସୁବାସିନୀ ପଣ୍ଡା l ଆଜି ସକାଳୁ ତାଙ୍କ ମୃତ ଦେହ କୁ ଦେଖିବାକୁ ପାଇ ସ୍ଥାନୀୟ ବାସିନ୍ଦା ମାନେ ପୋଲିସ କୁ ଖବର ଦେଇଥିଲେ l ଘଟଣାର ଖବର ପାଇ ଛତ୍ରପୁର ଥାନାଧିକାରୀ ସତ୍ୟ ରଂଜନ ପ୍ରଧାନ, ସବ ଇନସିପେକ୍ଟର ବିଶ୍ୱମ୍ବର କଅଁର, ବିନୟ ଦାସ ପ୍ରମୁଖ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ସୁବାସିନୀ ଭାରତ ଫାଇନାନ୍ସ ରୁ ଋଣ ଆଣିଥିଲେ l ଋଣ ସୁଝି ନ ପାରିବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି l