କାଜୁ ତୋଟା ରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ବୁଗୁଡ଼ା,(ଅନିଲ କୁମାର ମହାରଣା):ବୁଗୁଡ଼ା ଥାନା ପଙ୍କଳସାହି ନିକଟ ଏକ କାଜୁ ବଗାନରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ନାରାୟଣ ମହାରଣାଙ୍କ ପୁଅ ସଦାନନ୍ଦ ମହାରଣା (୨୬) ଶୁକ୍ରବାର ଦିନ ସକାଳୁ ଅନ୍ୟ ଦିନ ପରି କାଜୁ ଗୋଟାଇବା ପାଇଁ ନିକଟସ୍ଥ କାଣ୍ଡି କାଜୁ ବଗାନକୁ ଯାଇଥିଲେ। ସଦାନନ୍ଦ କାଣ୍ଡି ତୋଟାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବା ପାଇଁ କାଣ୍ଡି ତୋଟାକୁ ଯାଇଥିଲେ।ସେଠାରେ ଏକ କାଜୁ ଗଛ ଡାଳରେ ସଦାନନ୍ଦର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ତାଜୁବ ହୋଇଯାଇଥିଲେ। ବୁଗୁଡା ପୋଲିସକୁ ଖବର ଦେବା ପରେ ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଏସ୍ଆଇ ତନୁଶ୍ରୀ ସାହୁ ଘଟଣା ସ୍ଥଳକୁ ଯାଇଥିଲେ। ଏକ ଜି.ଆଇ ତାର ଦ୍ୱାରା ସଦାନନ୍ଦଙ୍କ ମୃତ ଦେହ କାଜୁ ଗଛ ଡାଳରେ ଝୁଲୁଥିବା ଦେଖି ମୃତ ଦେହକୁ ପୋଲିସ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା। ପୋଲିସ ସଦାନନ୍ଦ ଆତ୍ମହତ୍ୟା କରିଥିବା ସନ୍ଦେହ କରି ୟୁଡି କେଶ ନଂ ୨ ପ୍ରକାରେ ଏକ ଅପମୃତ୍ୟୁ ମାମାଲା ରୁଜୁ କରି ଅନୁସନ୍ଧାନ ଚଳାଇଛନ୍ତି।ଏଥି ସହ ପୋଲିସ ସଦାନନ୍ଦଙ୍କ ମୋବାଇଲ, ଚପଲ ପ୍ରଭୃତି ଜବତ କରିଥିବା ଜଣାଯାଇଛି। ହେଲେ ସଦାନନ୍ଦ ଙ୍କ ପରିବାର ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ