କାଞ୍ଚନ ଫାଉଣ୍ଡେସନ ତରଫରୁ ଜଳଛତ୍ର ଉଦଘାଟିତ

ଭୁବନେଶ୍ୱର, ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ଦିନ ୧୦ଟା ପରେ ରାସ୍ତାଘାଟ ଶୂନ୍ଶାନ ହୋଇପଡୁଛି । ଅସହ୍ୟ ଗୁଳୁଗୁଳି ସହିତ ବାଟରେ ଯାଉଥିବା ପଥିକମାନେ ପାଣି ଟୋପେ ପାଇଁ ଡ଼ହଳ ବିକଳ ହେଉଛନ୍ତି । ପାଣି ମୁନ୍ଦେ ପିଇବା ପାଇଁ କେଉଁଠି ହୋଟେଲରେ ନେହୁରା ହେବାକୁ ପଡ଼ୁଛି ତ ଆଉ କେଉଁଠି ଥଣ୍ଡାପାନୀୟ ଦୋକାନରେ ଧାଡ଼ିରେ ଛିଡ଼ା ହେବାକୁ ପଡୁଛି । ଆଉ କେହି କେହି ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ପ୍ରତିବର୍ଷ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବଢି·ଲିଥିଲା ବେଳେ ଅନେକ ଆହତ ମଧ୍ୟ ହୋଇଥାନ୍ତି । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ଅଗ୍ରଣୀ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘କାଞ୍ଚନ ଫାଉଣ୍ଡେସନ’ ତରଫରୁ ପବିତ୍ର ରାମ ନବମୀ ଉପଲକ୍ଷେ ଆଜି ସ୍ଥାନୀୟ ୟୁନିଟ-୩ ଖାରବେଳ ନଗରସ୍ଥିତ ପ୍ରଦର୍ଶନୀ ପଡ଼ିଆ ନିକଟରେ ଏକ ଜଳଛତ୍ର ଉଦ୍ଘାଟିତ ହୋଇଯାଉଛି । ଏହି ଜଳଛତ୍ରକୁ ସମାଜସେବୀ ତଥା ବିଜେପି ଯୁବନେତା ଜଗନ୍ନାଥ ପ୍ରଧାନ ଉଦ୍ଘାଟନ କରି କାଞ୍ଚନ ଫାଉଣ୍ଡେସନର ଏତାଦୃଶ କାର୍ଯ୍ୟକଳାପକୁ ଭୂୟଂସୀ ପ୍ରଶଂସା କରିବା ସହିତ ‘ଜଳ ଦାନ ମହାତ୍ ପୂଣ୍ୟ’ ଭଳି କାର୍ଯ୍ୟକ୍ରମ ସହିତ ଆହୁରି ଅନେକ ଜନହିତକର କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ସଭାପତି ଅଭିଶେକ ଆ·ର୍ଯ୍ୟ ଏବଂ ସମାଜସେବୀ ତୁଳସୀ ବିଶୋଇ ଯୋଗ ଦେଇଥିବା ବେଳେ ଫାଉଣ୍ଡେସନ ତରଫରୁ ସଭାପତି ରଞ୍ଜନ କୁମାର ମହାପାତ୍ର, ଉପସଭାପତି ବିଶ୍ୱଜିତ ସାମନ୍ତରାୟ, ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ପରାମର୍ଶାଦାତା ନିରଞ୍ଜନ ନାୟକ, ଉପଦେଷ୍ଟା ସୁବାଷ କୁମାର ତାରଣିଆଁ, ସନ୍ତୋଷ ମଲ୍ଳିକ, ତପନ କୁମାର ସ୍ୱାଇଁ, ମଦନ ମେହାନ ମହାନ୍ତି ପ୍ରମୁଖ ପଥ·ରୀମାନଙ୍କୁ ଦହିପଣା ବଣ୍ଟନ କରିବା ସହିତ ପଥ·ରୀମାନଙ୍କୁ ଅଂଶୁଘାତ ଜନିତ ସଚେତନତାର ବାର୍ତ୍ତା ବଣ୍ଟନ କରିଥିଲେ । ବାଟରେ ଯାଉଥିବା ପଥ·ରୀମାନେ କିଛି ସମୟ ଅଟକି ଦହିପଣା ପିଇ ନିଜର ଶୋଷ ମେଣ୍ଟାଇବା ସହିତ ଫାଉଣ୍ଡେସନ ଏଭଳି ମହତ୍ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇବା ସହ ଭୂୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ