କାଞ୍ଚନ ଫାଉଣ୍ଡେସନ ତରଫରୁ ଥଣ୍ଡାପାନୀୟ, କଦଳୀ, ବିସ୍କୁଟ ଏବଂ ଲସି ପ୍ରଦାନ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ): ରାଜ୍ୟରେ ଦେଖାଦେଇଥିବା ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ସାଧାରଣ ଜନତା ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଆମ ସାଧାରଣ ଜନତାଙ୍କୁ ଯାତାୟତରେ ସାହାଯ୍ୟ କରିବା ତଥା ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଟ୍ରାଫିକ୍ ପୋଲିସ୍ମାନେ ବହୁ ସମୟରେ ଏହି ରୌଦ୍ରତାପର ପ୍ରଭାବରେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଓ ଅଂଶୁଘାତର ଶିକାର ମଧ୍ୟ ହୋଇଥାନ୍ତି । ଏହିଭଳି ଏକ ଗରୁତ୍ୱପୂର୍ଣ୍ଣ ସମସ୍ୟାକୁ ଆଖି ଆଗରେ ରଖି କାଞ୍ଚନ ଫାଉଣ୍ଡେସନ ତରଫରୁ ନିଆଯାଇଥିଲା ଏକ ଅଭିନବ ପ୍ରୟାସ । ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର ଟ୍ରାଫିକ୍ ଏସି କିଶୋର କୁମାର ପାଣିଗ୍ରାହୀ, ଟ୍ରାଫିକ୍ ଇନିସ୍ପେକ୍ଟର ପି.କେ. ପଟ୍ଟନାୟକ, ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ପ୍ରମୋଦ ପାଢୀ, ନାରାୟଣ ବେହେରା, ଶରତ କୁମାର ବସନ୍ତରାୟ, କାଞ୍ଚନ ଉଣ୍ଡେସନର ସଂପାଦକ ତାପସ ରଞ୍ଜନ ମଲ୍ଲିକ, ଉପସଭାପତି ବିଶ୍ୱଜିତ୍ ସାମନ୍ତରାୟ, ଯୁବନେତା ଦୁର୍ଗାନନ୍ଦନ ମିଶ୍ର, ମାଜସେବୀ ଦୀନବନ୍ଧୁ ଭୋଇ, ପୁଷ୍ପଲତା ବେହେରା, ରୋଜାଲିନ୍ ପଟ୍ଟନାୟକ ପ୍ରମୁଖ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଉପସ୍ଥିତ ରହି ଟ୍ରାଫିକ୍ ପୋଲିସମାନଙ୍କୁ ଥଣ୍ଡାପାନୀୟ, ଦଳୀ, ବିସ୍କୁଟ୍ ଓ ଲସି ବଣ୍ଟନ କରିଥିଲେ । ଫାଉଣ୍ଡେସନର ଏତାଦୃଶ କାର୍ଯ୍ୟକ୍ରମକୁ ଟ୍ରାଫିକ୍ ପୋଲିସ୍ର କର୍ମ•ରୀ ଓ ଥ•ରୀମାନେ ଭୂୟଂସୀ ପ୍ରଶଂସା କରିବା ସହିତ ଏହି ରି ସମାଜସେବା କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପ୍ରକାଶଥାଉକି କାଞ୍ଚନ ଫାଉଣ୍ଡେସନ ରାଜଧାନୀ ଭୁବଶ୍ୱେରର ବିଭିନ୍ନ ସ୍ଥାନମାନଙ୍କରେ ଏହି ଜନହିତକର କାର୍ଯ୍ୟ ଦୀର୍ଘ ୨ ବର୍ଷ ହେଲା କରି ଆସୁଛି ଓ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ସଭାପତି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।