କାଟଛାଣ୍ଟ ହୋଇପାରେ ସିଲାବସ

ନୂଆଦିଲ୍ଲୀ: କରୋନା ସଂକଟ ସମୟରେ ପିଲାମାନଙ୍କ ପାଠ ପଢା ଉପରେ ପ୍ରଭାବ ପଡ଼ିଛି । ସ୍କୁଲ, ଜଲେଜ ବନ୍ଦ ଥିବାବେଳେ ଅନଲାଇନ ଜରିଆରେ ପିଲାଙ୍କ ପାଠ ପଢା ହେଉଛି । କରୋନା ସଂକଟ ସମୟରେ ପରୀକ୍ଷାରେ ବି ବିଳମ୍ବ ହୋଇଛି । ଏହାକୁ ନେଇ ଚଳିତ ବର୍ଷ ସିଲାବସରେ କାଟଛାଣ୍ଟ ହୋଇପାରେ । ସିଲାବସ କାଟଛାଣ୍ଟ ହୋଇପାରେ ବୋଲି ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି । ସିଲାବସ କମାଇବାକୁ ଶିକ୍ଷକ ଓ ଅଭିଭାବକ ଦାବି କରିଆସୁଥିଲେ । ତେବେ ସେମାନଙ୍କ ଦାବିକୁ ଅନୁଧ୍ୟାନ କରାଯାଉଥିବା ରମେଶ ପୋଖରିଆଲ ସୂଚନା ଦେଇଛନ୍ତି । ଏହାଛଡ଼ା ଏନେଇ ରମେଶ ପୋଖରିଆଲ ଶିକ୍ଷକ, ଶିକ୍ଷାବିତ ଓ ଅଭିଭାବକଙ୍କ ଠାରୁ ମତାମତ ଆହ୍ୱାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ