କାଠକଟାରେ ବିସ୍ଥାପନ ପାଇଁ ସ୍ୱତନ୍ତ୍ର ଗ୍ରାମସଭା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ଦଲକି, ପିତାନାଉ ଓ ଯୁଣପସି ଗ୍ରାମର ଲୋକମାନେ ହଦଗଡ ହସ୍ତୀ ଅଭୟାରଣ୍ୟ ଭିତରେ ରହିଥିବାରୁ ଓ ସେମାନଙ୍କ ମଧ୍ୟରୁ ୫୦ରୁ ଉର୍ଦ୍ଧ ପରିବାର ବିସ୍ଥାପନ ପାଇଁ ସହମତି ହୋଇଥିବାରୁ ସେମାନଙ୍କ ବିସ୍ଥାପନ ପାଇଁ ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କାଠକଟା ଠାରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ହଦଗଡ ସରପଞ୍ଚ ନିରୁପମା ନନ୍ଦି, ହଦଗଡ ରେଞ୍ଜର ସୁମିତ ମହାନ୍ତି, କାଠକଟା ଫରେଷ୍ଟର ଅନନ୍ତ ଚରଣ ପରିଡା, ପିଇଓ ଡମ୍ବରୁଧର ପଟ୍ଟନାୟକ, ଜିଆରଏସ ଗୋଲେକ ନାଏକ, ପ୍ରମୁଖ ଯୋଗଦେଇଥିଲେ । ସରକାରଙ୍କ ନୀତି ନିୟମ ଅନୁସାରେ ବିସ୍ଥାପିତ ହେଲେ ସରକାରଙ୍କ ଠାରୁ କଣ କଣ ସୁବିଧା ପାଇପାରିବେ ସେନେଇ ରେଞ୍ଜର ସୁମିତି ମହାନ୍ତି ବିସ୍ତୃତ ଭାବେ ସୁଚନା ଦେଇଥିଲେ । ପୁର୍ବରୁ ୫୦ରୁ ଉର୍ଦ୍ଧ ଲୋକ ବିସ୍ଥାପନ ଆବେଦନ କରିଥିଲେ ମଧ୍ୟ ଆଜି ୨୬ଜଣ ଲୋକ ଗ୍ରାମସଭାରେ ଉପସ୍ଥିତ ରହି ବିସ୍ଥାପନ ପାଇଁ ରାଜି ହୋଇଥିଲେ । ରବିନ୍ଦ୍ର ଦେହୁରୀ, ରମେଶ ନାଏକ, ରୁସିକ ନାଏକ, ଦେବେନ୍ଦ୍ର ସୋରନେଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ଗ୍ରାମସଭାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ