କାଠମୁଣ୍ଡା ନୋଡାଲ ଉ.ପ୍ରା.ବିଦ୍ୟାଳୟରେ ନିପୁଣ ଓଡିଶା କାର୍ଯ୍ୟକ୍ରମ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ କାଠମୁଣ୍ଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳା କାନ୍ତ ସାହୁଙ୍କ ଅଧ୍ୟକ୍ଷତା ଏବଂ ପାଳସାହି, ସାଆଁଳପୁର ସାଧନ କେନ୍ଦ୍ରର ସି ଆର ସି ସି ବ୍ରଜକିଶୋର ସିଅଳଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା। ମୁଖ୍ୟ ଅତିଥି ଭାବେ ଡିଆଇଇଟିର ଅଧ୍ୟକ୍ଷ କାର୍ତ୍ତିକ ରାଉଳ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବ୍ଲକ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ମଳ ଚନ୍ଦ୍ର ସେଠୀ, ସମ୍ମାନିତ ବକ୍ତା ଭାବେ ବ୍ଲକ ପୂର୍ବତନ ଏ ବି ଇ ଓ ଅନିଲ କୁମାର ବଳ, ଧାମନଗର ଶିକ୍ଷା ମଣ୍ଡଳ ଏବିଇଓ ସତ୍ୟ ସୁନ୍ଦର ପରିଡ଼ା ଯୋଗଦାନ କରିଥିଲେ। ସଂମ୍ମାନିତ ଅତିଥି ଭାବେ ପାଳସାହି ର ପୂର୍ବତନ ସରପଞ୍ଚ ସୁଶାନ୍ତ ନାୟକ, ରଇପୁର ପଞ୍ଚାୟତ ର ସରପଞ୍ଚ ଜଗତା ନନ୍ଦ ସେଠୀ, ପାଳସାହି ସେବା ସମବାୟ ସମିତି ର ପୂର୍ବତନ ସଭାପତି ପ୍ରଶାନ୍ତ ନାୟକ, ମନୋରଞ୍ଜନ ଦାସ, ମଞ୍ଜୁରାଣୀ ଦାସ, ଚୈତନ୍ୟ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନିପୁଣ ଓଡିଶା ଏକ ସଚେତନ କାର୍ଯ୍ୟକ୍ରମ ଓ ଏହା ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ସମ୍ପର୍କର ସେତୁ ସୃଷ୍ଟି କରିବ ବୋଲି ମତ ପୋଷଣ କରିଥିଲେ ।ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ରଞ୍ଜନ କୁମାର ଖଟୁଆ। ଅତିଥି ପରିଚୟ ପ୍ରଦାନ କରିଥିଲେ ପୂର୍ବତନ ସିଆରସିସି ପ୍ରଦୀପ କୁମାର ଦାସ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ରାକେଶ ସାହୁ।ଦୁଇ କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ଅତିଥି ମାନଙ୍କ ମୁହଁରୁ ନିପୁଣ ଓଡିଶା କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଭିଭାବକ ଏବଂ ଶିକ୍ଷା ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଥିଲେ।


