କାଠିରେ ବିରାଜିଲେ ବିଘ୍ନ ବିନାଶକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଦ୍ୟା ଦେବତା ବିଘ୍ନ ବିନାଶକଙ୍କୁ କାଠିରେ ଅତି ସୁନ୍ଦର ଓ ନିଖୁଣ ରୂପେ ସ୍ଥାପନ କରି ନିଷ୍ଠା ଓ ଭକ୍ତିର ସହ ଅବାହନ କରିଛନ୍ତି ପୋଖରୀପୁଟ ଅଞ୍ଚଳର ଆଠବର୍ଷର ଶିଶୁପୁତ୍ର ତଥା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଶାନ୍ତନୁ ଏକ କଳା ରଙ୍ଗର କାର୍ଡ଼ବୋର୍ଡ଼ ଏବଂ କିଛି କାଠି ଯୋଗାଡ଼ କରି ଏହାକୁ କାଟି ତାହାକୁ ଶ୍ରୀ ଗଣେଶଙ୍କ ପ୍ରତିଛବି ରୂପେ ସଜାଇବା ସହ ଆରାଧନା କରିଛନ୍ତି ଏବଂ ନିଜ ଅନ୍ତର୍ନ୍ତିିହିତ କଳାର ପରିଚୟ ଦେଇଛନ୍ତି । କାଠିରେ ଗଣେଶ ତିଆରି ସମ୍ପର୍କରେ ସେ କୁହନ୍ତି, ବିସର୍ଜନ ସମୟରେ ଏହା ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ । ଏହା ମାଟିରେ ମିଶିଯିବ । ଏସବୁ ପାଇଁ ତାଙ୍କ ମାଆ ଅନସୂୟା ଓ ପିତା ପ୍ରେରଣା ସାଜିଛନ୍ତି ବୋଲି ଶାନ୍ତନୁ କୁହନ୍ତି । ସୂଚନାଯୋଗ୍ୟ, ଶାନ୍ତନୁ ଏବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭୀମଟାଙ୍ଗି ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢୁଥିବାର ଜଣାପଡ଼ିଛି ।