କାଠ ଚୋରା ଚାଲାଣବେଳେ ବନ ବିଭାଗ ଦ୍ୱାରା ଜବତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଦେବଗିରି ରେଞ୍ଜ ପକ୍ଷରୁ ଚୋରା କାଠ ଚାଲାଣ ବେଳେ ଜବତ ହୋଇଥିବା ଜଣାପଡିଛି । ଗୋଷାଣୀ ବ୍ଲକ ପାଟିକୋଟା ଗ୍ରାମ ଠାରେ ଦେବଗିରି ରେଞ୍ଜ ପକ୍ଷରୁ ଚଢାଉ କରାଯାଇ ଚୋରା ଚାଲାଣ ହେଉଥିବା ୧୬ ହଜାର ଟଙ୍କାର ଦାମୀ କାଠ ଜବତ କରାଯାଇଛି । ଏ ସମ୍ପର୍କରେ ଏସିଏଫଓ ଗୌରୀ ପ୍ରସାଦ ରଥଙ୍କୁ ପଚାରିବାରୁ ସେ କହିଛନ୍ତିି ଯେ, ଏହି ଚୋରା ଚାଲାଣ କାରବାରରେ ଦୁଇ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଜାରୀ ରହିଛି । ଏହି ଘଟଣାରେ କ୍ରିଷ୍ଣା ଚିନ୍ତାଡା ଏବଂ ଇରାନା ପପୁ ରେଡ୍ଡୀଙ୍କୁ ଗିରଫ କରାଯାଇ ତଦନ୍ତ ଜାରୀ ରହିଥିବା ଜଣାପଡିଛି । ଏଥିରେ ମୋଟ ୧୮ଖଣ୍ଡ କାଠ ଗଣ୍ଡି ଜବତ ହୋଇଥିବା ସୁଚନା ମିଳିଛି ।