କାଠ ଜବତ କଲା ବନବିଭାଗ ; ଅଭିଯୁକ୍ତ ଅଟୋ ଚାଳକଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଶାଗୁଆନ କାଠ ବୋଝେଇ ଡାଲା ଅଟୋକୁ ଜବତ କରିଥିଲେ । ନିଜ ଆଡ଼ୁ ମାମଲା ରୁଜୁ ନକରି ଜବତ କାଠ ଓ ଅଟୋକୁ ଦିଗପହଣ୍ଡି ବନବିଭାଗକୁ ହସ୍ତାନ୍ତର କରିଥିବା ଘଟଣା ରହସ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ମାମଲାରେ ବନବିଭାଗ ମକଦ୍ଦମା ରୁଜୁ କରି ଦିଗପହଣ୍ଡି ବ୍ଳକ ଗୌଡ ଗାଁର ଅଟୋ ଚାଳକ ଜେ.ଶକ୍ତି ଆଚାରୀଙ୍କୁ ଗିରଫ କରି ଶୁକ୍ରବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବୁଧବାର ବିଳମ୍ବିତ ରାତିରେ କେ.ନୂଆଗାଁ ପୋଲିସ ଭ୍ରମରପୁର, ଚୌଧୁରୀ ଟିକର ପଡ଼ା,ଗୌଡ ଗାଁ, ପଞ୍ଚାୟତ ଅଧୀନ ବିଭିନ୍ନ ଗାଁ ରେ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଗୁରୁବାର ଭୋର ରେ ନୂଆପଡ଼ା  ଚାନ୍ଦପୁର ମୁଖ୍ୟ ରାସ୍ତାରେ ଏକ କାଠ ବୋଝେଇ ଡାଲା ଅଟୋ ନଂ. ଓଡ଼ି୦୭ ଜେଡ – ୬୯୮୦ କୁ ଜବତ କରି ଥାନାକୁ ନେଇଥିଲେ । ଆଇ.ଆଇ.ସି ମାଧବାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ କାଠ ବୋଝେଇ ଗାଡି ଜବତ କରିଥିବା ଥାନା ଏ.ଏସ.ଆଇ ପଦ୍ମଲୋଚନ ପାଣିଗ୍ରାହୀ ଶୁକ୍ରବାର ଅପରାହ୍ନରେ ଦିଗପହଣ୍ଡି ବନ ବିଭାଗ କୁ ହସ୍ତାନ୍ତର ଅଟୋ ସହ ଚାଳକ ଙ୍କୁ ହସ୍ତାନ୍ତର କରିଥିଲେ। ପରେ ବନ ବିଭାଗ ପକ୍ଷରୁ ଡାଲା ଅଟୋରେ ଥିବା ୧୪ ଘନ ଫୁଟ ଶାଗୁଆନ କାଠ ପଟା ସମେତ ଅଟୋକୁ ଜବତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ