କାଠ ନିର୍ମିତ ଆସବାବପତ୍ର ନେଇ ଅର୍ଥ ଦେଉନାହାନ୍ତିି ନିକିରାଇ ଥାନାଧିକାରୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିକିରାଇ ଥାନା ଅଧିକାରୀ ଜୋତିର୍ମୟୀ ସେଠୀ ଜନୈକ କାଠ ଆସବାବପତ୍ର ବ୍ୟବସାୟ କରୁଥିବା ଯୁବକଙ୍କ ପାଖରୁ ୩୦ ହଜାର ଟଙ୍କାର କାଠ ନିର୍ମିତ ସାମଗ୍ରୀ ନେଇ ତାଙ୍କ ସହିତ ମୂଲଚାଲ କରି ୨୦ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ମାତ୍ର ୫ ହଜାର ଟଙ୍କା ଦେଇ ବାକି ଅର୍ଥ ମାଗିବାରୁ ଯୁବ ବ୍ୟବସାୟୀଙ୍କୁ ଥାନାକୁ ଡାକି ଧମକ ଚମକ ଦେଇଥିବା ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି । ଫଳରେ ସଂପୃକ୍ତ ବ୍ୟବସାୟୀ ଜଣକ ମାନସିକ ନିର୍ଯାତନାର ଶୀକାର ହୋଇ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯୁବ ବ୍ୟବସାୟୀ ଅନନ୍ତ କୁମାର ମହାରଣା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ଗତ ୩୧.୦୧.୨୦୨୪ରିଖରେ ନିକିରାଇ ଥାନାଧିକାରୀ ଜ୍ୟୋତିର୍ମର୍ୀ ସେଠୀ ତାଙ୍କ ଦୋକାନରୁ ଏକ ଠାକୁର ବିମାନ ଏବଂ ଏକ ଡ୍ରେସିଂ ଟେବୁଲ ନେବାକୁ ବରାଦ ଦେଇ ମାର୍ଚ୍ଚ ମାସରେ ଜିନିଷ ନେଇଥିଲେ । ସେହି ଦୁଇଟି ଜିନିଷର ମୂଲ୍ୟ ୩୦ ହଜାର ଟଙ୍କା ହୋଇଥିବା ବେଳେ ଥାନାଧିକାରୀଙ୍କ ପ୍ରଭାବ ପକାଇ ମୂଲ୍ୟ ହ୍ରାସ କରି ୨୦ ହଜାର ଟଙ୍କାରେ ଛିଣ୍ଡାଇଥିଲେ । ଥାନାଧିକାରୀ ତାଙ୍କୁ ମାତ୍ର ୫ ହଜାର ଟଙ୍କା ଫୋନ୍ ପେ ମାଧ୍ୟମରେ ଦେଇଥିବା ବେଳେ ବାକି ୧୫ ହଜାର ଟଙ୍କା କିଛି ଦିନ ପରେ ଦେବେ ବୋଲି ଦୋକାନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କାଲି ଆସ ୨ଦିନ ପରେି ଆସ ଏମିତି କହି ସେ ବକେୟା ଥିବା ୧୫ ହଜାର ଟଙ୍କା ଦେଲେ ନାହିଁ । ସଂପୃକ୍ତ ଦୋକାନୀ ଜଣକ ବାରମ୍ବାର ଟଙ୍କା ମାଗି ବିଫଳ ହେଲେ । ଥାନାଧିକାରୀ ଟଙ୍କା ନ ଦେବାରୁ ଅନନ୍ତ ନିଜର ବ୍ୟବସାୟ ପାଇଁ ବ୍ୟାଙ୍କରୁ ଯେଉଁ ଋଣ କରିଥିଲେ ତାହାର କିସ୍ତି ଦେବାରେ ସମସ୍ୟା ସୃଷ୍ଟି ହେଲା । ଫଳରେ ୩ ମାସ ପରେ ସେ ଥାନାଧିକାରୀ ତାଙ୍କୁ ଟଙ୍କା ନଦେବାରେ ଅନନ୍ତ ତାଙ୍କ ଓକିଲଙ୍କ ସହ ପରାମର୍ଶ କରିଥିଲେ । ଏସମ୍ପର୍କରେ ଖବର ପାଇ ଥାନାଧିକାରୀ ତାଙ୍କୁ ଗତ ୧୭ତାରିଖ ରାତିରେ ଥାନାକୁ ଟଙ୍କା ଦେବା ପାଇଁ ଡକାଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଧମକ ଚମକ ଦେଲେ । ଫଳରେ ଅନନ୍ତ ମାନସିକ ନିର୍ଯାତନାର ଶୀକାର ହେବା ପରେ ବାଧ୍ୟ ହୋଇ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କୁ ସାକ୍ଷାତକରି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଥାନାଧିକାରୀ ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରୁ ସେ ମାନିଲେ ଯେ ଡ୍ରେସିଂ ଟେବୁଲ ଓ ଠାକୁର ବିମାନ ସେ ନେଇଛନ୍ତି । କିନ୍ତୁ ସେ ଜିନିଷ ତାଙ୍କର ମନ ପସନ୍ଦ ହେଉ ନଥିବାରୁ ୩ ମାସ ପରେ ସେ ଏହାକୁ ଫେରସ୍ତ ନେଇଯିିବାକୁ କହିଛନ୍ତି । ହେଲେ ଦୋକାନୀ ତାଙ୍କ ଠାରୁ ଜିନିଷ ଫେରସ୍ତ ନେଉନାହିଁ ।