କାଠ ବୋଝେଇ ଟ୍ରାକ୍ଟର କୁ ଧକ୍କା ଦେଲା ରାଜ୍ୟ ପରିବହନ ବସ୍

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଜାତୀୟ ରାଜପଥ ( ୩୨୬) ଆସିକା – ଦିଗପହଣ୍ଡି ମୁଖ୍ୟ ରାସ୍ତା ଭାଲ୍ୟାଝୋଳl ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଏକ କାଠ ବୋଝେଇ ଟ୍ରାକ୍ଟର କୁ ଧକ୍କା ଦେଇଛି ରାଜ୍ୟ ପରିବହନ ବସ୍ l ଭାଲ୍ୟାଝୋଳl ଗ୍ରାମ ନିକଟ ରାସ୍ତା କଡ଼ରେ ଏକ କାଠ ବୋଝେଇ ଟ୍ରାକ୍ଟର ଟି ଥିବା ବେଳେ ମଙ୍ଗଳବାର ରାତ୍ର ଭୁବନେଶ୍ୱର ରୁ ଗଜପତି ଜିଲ୍ଲା କୁ ଯାଉଥିବା ରାଜ୍ୟ ପରିବହନ ବସ୍ ଟି ୯,୪୫ ସମୟରେ ପଛ ପଟୁ ଧକ୍କା ଦେଲା l ଯାହା ଫଳରେ ଟ୍ରାକ୍ଟର ରେ ଥିବା କାଠ ଗୁଡ଼ିକ ରାସ୍ତା ରେ ପଡ଼ିଯାଇଥିବା l କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା।ଖବର ପାଈ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡିକୁ ଜବତ କରିଥିବା ବେଳେ ରାସ୍ତା ରେ ପଡ଼ିଥିବା କାଠ ଗୁଡିକୁ ସ୍ଥାନୀୟ ଲୋକଙ୍କ ସହାୟତାର ବାହାର କରିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ