କାଡାନାଳ ନିର୍ମାଣରେ ଚଂଚକତା ଅଭିଯୋଗ
କେନ୍ଦ୍ରାପଡା – କାଡା ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ଚାଷଜମିର ଶେଷ ମୁଣ୍ଡରେ ପାଣି ପହଁଚାଇବା ନିମନ୍ତେ କାଡାନାଳ ନିର୍ମାଣ ହେଉଥିବା ବେଳେ ସେହି କାଡାନାଳ ନିର୍ମାଣରେ ଚଂଚକତା ହୋଉଥିବାରୁ ଯୋଜନା ଲକ୍ଷ୍ୟହୀନ ହୋଇପଡୁଥିବା ଅଭିଯୋଗ ହୋଇଛି । କାଡା ନାଳ ଠିକ ଭାବରେ ନିର୍ମାଣ ହୋଇନଥିବାରୁ ଖରାଦିନେ କେନାଲରେ ମୁଗପାଣି ଛଡାଯିବା ଫଳରେ କାଡାନାଳ ସମ୍ପୂର୍ଣ୍ଣ ବୁଡିଯାଇ ନାଳ ଉପରେ ପାଣି ଚାଲିଥିବାର ଦେଖାଯାଇଛି । ଫଳରେ ଶେଷ ମୁଣ୍ଡରେ ପାଣି ପହଁଚିବା ସମ୍ଭବ ହୋଇନଥିବା ଅଭିଯୋଗ ହୋଇଛି । ୧୨ନମ୍ବର କେନାଲରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରସିଂ ଗ୍ରାମର କଟକ-ଚାନ୍ଦବାଲି ରାସ୍ତା ପର୍ଯ୍ୟନ୍ତ ନିର୍ମିତ କାଡାନାଳରେ ମୁଗପାଣି ଛଡାଯିବା ପରେ ନାଳଟି ସଂପୂର୍ଣ୍ଣ ବୁଡିଯାଇଛି । ଫଳରେ ଚାଷଜମିର ତଳମୁଣ୍ଡରେ ପାଣି ପହଁଚିବାରେ ଗୁରୁତ୍ତର ବାଧା ଉପୁଜିଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଦାୟିତ୍ୱରେ ଥିବା କାଡା ବିଭାଗର କନିଷ୍ଟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଜ୍ଞାତସାରରେ ହେଉଥିବା କାଡାନାଳ କିଭଳି ଚାଷୀଙ୍କ ସ୍ୱାର୍ଥକୁ ଆଖିବୁଜିଦେଇ ନାଳ ନିର୍ମାଣରେ ସହମତି ପ୍ରକାଶ କଲେ ଓ ପାଣିପଂଚାୟକ କାହା ସ୍ୱାର୍ଥରେ ଏହି ନାଳ ନିର୍ମାଣ କରିଛନ୍ତି ତାହା ଚାଷୀମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ସୁଦାମ ରାଉତ, ଶରତ ମଳିକ, ଦିଗମ୍ବର ଘଡେଇ ପ୍ରମୁଖ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।


