କାଦବରାଙ୍ଗରେ ବିଜେପି ସମ୍ମିଳନୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ଠାରେ ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ପଞ୍ଚାନନ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଏକାକୀ ଲଢିବ ବୋଲି ଘୋଷଣା କରାଯାଇଥିଲା । ଏଥିସହିତ କଂଗ୍ରେସ ସହିତ ମେଣ୍ଟ କରାନଯିବା ଏବଂ ଗତ ନିର୍ବାଚନରେ ଭଣ୍ଡାରିପୋଖରୀ ବ୍ଲକ ଦଶା ଭୋଗିବାକୁ ଦିଆନଯିବା ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ପୂର୍ବତନ ଜିଲା ସାଧାରଣ ସଂପାଦକ ବାମଦେବ ଦାସ, ପୂର୍ବତନ ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଫୁଲ୍ଲ ସିଂ, ପୂର୍ବତନ ଜିଲା ପରିଷଦ ପ୍ରାର୍ଥୀ ପତଞ୍ଜଳୀ କରଶର୍ମା, ରବି ସାମଲ, ଗୟାଧର ପତି, ଲକ୍ଷ୍ମୀଧର ବେହେରା, ଅମୂଲ୍ୟ ମହାପାତ୍ର, ନିର ପାଢୀ, ଭବାନୀ ବିଶ୍ୱାଳ, ବସନ୍ତ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପଣ୍ଡା, ପ୍ରଦୀପ ଜେନା, ରାଜୁ ଜେନା, ଝଡିଆ ନାଥ, ରମା ଜେନା, ମୂରଲୀ ଓଝା, ସଂଜୟ ଦାସ, ଲମ୍ବୋଦର ତିଆଡି, ଦଲୁ ସ୍ୱାଇଁ, ରାକେଶ ଭୂୟାଁ, ରମେଶ ଜେନା, ଗୌରାଙ୍ଗ ନାୟକ, ଉତ୍ତମ ବେହେରା, ସୁଦର୍ଶନ ନାୟକ ଆଦି ଯୋଗ ଦେଇଥିଲେ ।