କାଦବରାଙ୍ଗ କ୍ଲଷ୍ଟରରେ ଶିକ୍ଷଣ ଫଳାଫଳ କର୍ମଶାଳା ଉଦ୍‌ଘାଟିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଳକ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ କାଦବରାଙ୍ଗ କ୍ଲଷ୍ଟର ଶିକ୍ଷଣ ଫଳାଫଳ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ସିଆରସିସି ମନୋଜ ରାଉତଙ୍କ ସଂଯୋଜନା ଏବଂ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୩ ଦିନିଆ କର୍ମଶାଳାରେ ବି.ଆର୍‌.ସି.ସି ଅମୂଲ୍ୟ କର ଯୋଗ ଦେଇ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଆର୍‌.ପି ଭାବେ ପ୍ରଭାତ ନାୟକ, ମାନସ ଦାସ, ଗୋପିନାଥ ପୁହାଣ, ସୁଶାନ୍ତ ମହୁରୀ, ମାନସ ଭୂୟାଁ ଦାୟୀତ୍ୱ ତୁଲାଇଥିଲେ । ଏଥିରେ ଭାଷା, ଗଣିତ, ବିଜ୍ଞାନ, ଇଂରାଜୀ, ସାମାଜିକ ବିଜ୍ଞାନ ଉପରେ ଶିକ୍ଷଣ ଫଳାଫଳ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ୪୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଇଓ ଅଧିର କୁମାର ତରାଇ, ଭାରାପ୍ରାପ୍ତ ଏବିଇଓ ଅଜୟ କୁମାର ପୃଷ୍ଟି କର୍ମଶାଳା ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ