କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୌଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଳାସିନୀ ବେହେରା, ଡାକ୍ତର ସୋନମ ସ୍ୱାଇଁ, ଡାକ୍ତର ସସ୍ମିତା ଖିଲାର, ବିପିଏମ୍ ଶୁଭେନ୍ଦୁ ପୁହାଣ, ଭାଗିରଥି ସେଠୀ, ସରପଞ୍ଚ ତଅପୋଇ ସେଠୀ, ଅଣିଜୋ ସରପଞ୍ଚ ମାଳତୀଲତା ପୃଷ୍ଟି, ବଡବର୍ଚ୍ଚିକୟାଁ ସରପଞ୍ଚ ପୁଷ୍ପାଞ୍ଜଳୀ ସ୍ୱାଇଁ, ଓଡଙ୍ଗ ସରପଞ୍ଚ ଲକ୍ଷ୍ମୀପ୍ରିୟା ଦାସ, ଆଡିଆ ସରପଞ୍ଚ ମୀନା କୁମାରୀ ଜେନା, ଚାରିଗାଁ ସରପଞ୍ଚ ଗୀତିକା ଭୋଇ, କାଦବରାଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାସ୍ୱତୀ ଜେନା, ଏନ୍‌.ଏଚ୍‌.ଏମ୍ କନିଷ୍ଠ ଯନ୍ତ୍ରୀ ବିଭୁ ପ୍ରସାଦ ଦାସ, ସମିତି ସଭ୍ୟା ଦୀପାରାଣୀ ଜେନା, ଯୁବ ସଭାପତି ପ୍ରଦୀପ ବେହେରା, ଆଦିତ୍ୟ କୁମାର ଜେନା, ସିଦ୍ଧାର୍ଥ ଶଙ୍କର ଜେନା, ଯୁବ ସ୍ୱେଚ୍ଛାସେବୀ ରବି ନାରାୟଣ ସାମଲ, ଏ.ଏନ୍‌.ଏମ୍ ରମାମଣି ମହାନ୍ତି, ଫାର୍ମାସିଷ୍ଟ ପଙ୍କଜିନୀ ଦାଶ, ଯୋଗ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଓ ରୋଗୀ ସେବା ସଂପର୍କରେ ଆଲୋଚନା କରିଥିଲେ । ପ୍ରକାଶ ଥାଉକି, ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ତତ୍କାଳୀନ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ଜେନାଙ୍କ ସମୟରେ ପ୍ରତିଷ୍ଠାଲାଭ କରିଥିଲା । ଏବେ ଶ୍ରୀ ଜେନା ଜିଲା ପରିଷଦ ଅଧ୍ୟକ୍ଷ ଥିବା ବେଳେ ପୁନଶ୍ଚ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ସାଧାରଣ ପରିଷଦ ବୈଠକରେ ଯୋଗ ଦେବା ସୌଭାଗ୍ୟର କଥା ବୋଲି ସେ ବକ୍ତବ୍ୟରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ