କାଦୁଅରେ ଗାଧାନ୍ତି ଲୋକେ

ଅଜରବୈଜାନର ଗାବୁସ୍ତାନ ନ୍ୟାଶନାଲ ପାର୍କ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି । ଏଠାରେ ପାଖାପାଖି ୨୦ଟି ଜ୍ୱାଳାମୁଖୀ ଥିବାରୁ ଏହା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା ପାଇଛି । ଏଠାରେ ଥିବା ଜ୍ୱାଳାମୁଖୀ ୨୦ ବର୍ଷରେ ଥରେ ଫାଟିଯାଇଥାଏ । ଆଉ ସେଥିରୁ କେବଳ ଗରମ କାଦୁଅ ବାହାରିଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ଗବେଷକଙ୍କ କହିବା କଥା ହେଲା ଅଜରବୈଜାନ ସହର ହଜାରେ ବର୍ଷ ତଳେ ମନୁଷ୍ୟ ଦ୍ୱାରା ଚିହ୍ନଟ କରାଯାଇଥିଲା । ଏଠାରେ ସେତେବେଳେ ମଧ୍ୟ ଜ୍ୱାଳାମୁଖୀ ଥିଲା । ଏବେ ଏହିସବୁ ଜ୍ୱାଳାମୁଖୀ ଫାଟି ଯେଉଁ ଗରମ କାଦୁଅ ବାହାରୁଛି ସେଥିରେ ଗାଧୋଇବା ପାଇଁ ଲୋକେ ଦେଶ ବିଦେଶରୁ ଏଠାକୁ ଆସୁଛନ୍ତି । କାରଣ ଏହି କାଦୁଅରେ ଔଷଧୀୟ ଗୁଣ ରହିଛି ବୋଲି ଲୋକେ କୁହନ୍ତି । ଏଥିରେ ଗାଧୋଇଲେ ଚର୍ମ ଓ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଠିକ୍ ହୋଇଥାଏ ବୋଲି କୁହାଯାଏ । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ କାଦୁଅର ତାପମାତ୍ରାକୁ ସଠିକ୍ ଭାବେ ଦେଖିବା ପରେ ଗାଧୋଇବାକୁ ପରାମର୍ଶ ଦିଆଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ