କାନକୁଟୁରୁ ସ୍କୁଲରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ କାନକୁଟୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୨୪ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏବିଇଓ ପିତାମ୍ବର ବିଷୋୟୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ଶଙ୍କୁରୁ ସରପଞ୍ଚ ସୁମିତ୍ରା ନାୟକ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ମାଣିତରା ସିଆରସିସି ଭବାନୀ ପାତ୍ର, ତାଳସାକର ସିଆରସିସି ମାନସ ରଞ୍ଜନ ସେଠୀ, ଶଙ୍କୁରୁ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ରାଜକିଶୋର ସେଠୀ, ଭୋଗଡ଼ା ସ୍କୁଲ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ, ଚିଲିଖମା ସ୍କୁଲ ପ୍ରଧାନ ଶିକ୍ଷକ କିରଣ କୁମାର ବେହେରା, ଘୋଳପୁର ସ୍କୁଲ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାଶ,ଓ ସହକାରୀ ଶିକ୍ଷକ ଗଙ୍ଗାଧର ଦାଶ ମଞ୍ଚାସୀନ ଥିଲେ । ଅତିଥି ବୃନ୍ଦ ୧୨୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। କମିଟି ସଭ୍ୟ ଓ ସଭ୍ୟା ଏବଂ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ