କାନପୁରରେ ଶାରଦୀୟ ଦୁର୍ଗାପୂଜା ଓ ରାବଣପୋଡି ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ପଞ୍ଚାୟତର କାନପୁର ଠରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ମହା ଆଡମ୍ବରପୁର୍ଣ୍ଣ ସହକାରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବିଜୟ କୁମାର ଧଳ କତ୍ତାଭାବେ ସାମିଲ ହୋଇଥିଲେ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ପଣ୍ଡିତ ରାମଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଯଥାରିତୀ ପୂଜାର୍ଚ୍ଚନା କରାଯାଇଥିବାବେଳେ ଦଶହରା ଦିନ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କୁନି କୁନି ପିଲାଙ୍କ ଦ୍ୱାରା ନୃତ୍ୟ ପ୍ରତିଯୋଗୀତା କରାଯାଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ରମେଶ ଚନ୍ଦ୍ର ରାଉତ, ସମ୍ପାଦକ ବିଜୟ କୁମାର ଜେନା, ଦେବାଶିଷ ରାଉତ, ଗୌରାଙ୍ଗ ଚରଣ ରାଉତ, ବସନ୍ତ ଧଳ, ଶତୃଘ୍ନ ରାଉତ, ଗୌରାଙ୍ଗ ଚରଣ ବାରିକ, ରତିକାନ୍ତ ରାଉତ, ଶତୃଘ୍ନ ମହାରଣା, ବସନ୍ତ କୁମାର ମହାରଣା, ନିରଞ୍ଜନ ଜେନା, ଗଣେଶ ଚନ୍ଦ୍ର ଜେନା, ପ୍ରଫୁଲ କୁମାର ଜେନା, ଅମର କୁମାର ଜେନା, ନୀଳମଣି ଧଳ, ଚୈତନ ମହାପାତ୍ର, ଉତ୍ତମ ବେହେରା, ଉପେନ୍ଦ୍ର ବେହେରା, ଧର୍ମପଦ ବେହେରା, ପୁର୍ଣ୍ଣଚନ୍ଦ୍ର ଜେନା, ଅଭିରାମ ରାଉତ, ବିଶ୍ୱରଞ୍ଜନ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।