କାନପୁରରେ ସାର୍ବଜନୀନ ଦୁର୍ଗାପୂଜା ଉଦ୍ଯାପିତ
ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମ କହ୍ନେଶ୍ୱର ମନ୍ଦିରରେ ନିକଟରେ ସାର୍ବଜାନୀନ ସପ୍ତମ ର୍ବାର୍ଷିକ ଦୁର୍ଗାପୁଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାଙ୍କର ମହାଷ୍ଟମୀ , ମହାନବମୀ, ଦଶହରା ପୂଜା ଯଥାବିଧି ଅନୁସାରେ ସମାପନ ହୋଇଛି। ଅଷ୍ଟମୀର ଏହି ପୁଣ୍ୟ ତିଥିରେ ଶତାଧିକ ଭକ୍ତ ମେଳରେ ଘଣ୍ଟ ଘଣ୍ଟା ଧ୍ବନୀରେ ସମଗ୍ର ଗ୍ରାମଟି କମ୍ପିଉଠିଥିଲା । ମାଙ୍କ ଆଶିର୍ବାଦ ପାଇଁ ଦୂର ଦୁରାନ୍ତର ଗ୍ରାମରୁ ଛୁଟି ଆସିଥିଲେ ଭକ୍ତ। ଅତି ଆନନ୍ଦ ଉତ୍ସାହ ସହ ଜନ ଗହଳିରେ ପୁରି ଉଠିଥିଲା ମାଙ୍କ ପୂଜା ମଣ୍ଡପ। ସମସ୍ତଙ୍କ ମୁଖରେ ଭକ୍ତିପୂର୍ଣ୍ଣ ବାତାବରଣ ଖେଳିଯାଇଥିଲା। ଉକ୍ତ ପୂଜାରେ କର୍ତ୍ତା ଭାବେ ଶ୍ରୀ ବିଜୟ କୁମାର ଜେନା ଓ ତାଙ୍କ ପତ୍ନୀ କେତେକୀ ଭୂୟାଁ ମୁଖ୍ୟ କଳସ ଆଣି ଥିଲେ। ପୂଜାକାନ୍ତିରେ କମିଟିର ସଭାପତି ଶ୍ରୀ ନିଳମଣୀ ଧଳ, ସମ୍ପାଦକ ଶ୍ରୀ ବିଜୟ କୁମାର ଜେନା,ସଭ୍ଯ ଦେବାଶିଷ ରାଉତ(ମାନୁଆ) ଗୌରାଙ୍ଗ ଚରଣ ରାଉତ,ଶତୃଘନ ରାଉତ,ଗୌରାଙ୍ଗ ଚରଣ ବାରିକ,ରତିକାନ୍ତ ରାଉତ,ବସନ୍ତ ଧଳ ,ଶତୃଘନ ମହାରଣା,ବସନ୍ତ ମହାରଣା,ନିରଞ୍ଜନ ଜେନା,ଗଣେଷ ଚନ୍ଦ୍ର ଜେନା,ପ୍ରଫୁଲ୍ଲ କୁମାର ଜେନା,ଅମର କୁମାର ଜେନା,ଚୈତନ୍ଯ ମହାପାତ୍ର, ଉତ୍ତମ ବେହେରା, ଉପେନ୍ଦ୍ର ବେହେରା, ବିଜୟ କୁମାର ଧଳ, ଧର୍ମପଦ ବେହେରା,ପୁର୍ଣଚନ୍ଦ୍ର ଜେନା, ଅଭିରାମ ରାଉତ, ବିଶ୍ୱରଞ୍ଜନ ପାଣିଗ୍ରାହୀ ପ୍ରମୂଖ ପୂଜା କାର୍ଯ୍ୟରେ ସାମିଲ ହୋଇଥିଲେ। ଯୁବଗୋଷ୍ଠୀ ପକ୍ଷରୁ ମାଙ୍କ ଦର୍ଶନଲାଭ ନିମନ୍ତେ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ଦାୟିତ୍ୱ ନିଭାଇଥିଲେ। ପୂଜକ ଶ୍ରୀ ଭକ୍ତ ଚରଣ ଶତପଥୀ ,ସୁବାସ ଚନ୍ଦ୍ର ଦାସ, ଓ ନାରାୟଣ ଚନ୍ଦ୍ର ସଢଙ୍ଗି ପୂଜାକାର୍ଯ୍ଯ ସମ୍ପାଦନ କରିଥିଲେ।