କାନପୁରରେ ସାଳନ୍ଦୀ ମହୋତ୍ସବର ତୃତୀୟ ସନ୍ଧ୍ୟା, ଦୈତାରୀ ପଣ୍ଡାଙ୍କ ଡାଇଲଗ ଶୁଣିବାକୁ ଭିଡ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାନପୁର ଗ୍ରାମରେ ଆରମ୍ଭ ହୋଇଥିବା ସାଳନ୍ଦୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବ୍ୟାପକ ଜନସମାଗମ ଦେଖିବାକୁ ମିଳିଛି । ବିଶେଷକରି ଯାତ୍ରା ଜଳଗତର ପ୍ରଖ୍ୟାତ ଖଳନାୟକ ଦୈତାରୀ ପଣ୍ଡାଙ୍କ ଡାଇଲଗ ଶୁଣିବାକୁ ଲୋକଙ୍କ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଦର୍ଶକମାନେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ସହିତ ମୀନାବଜାର, ଓ ଦୋଳୀର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଦୈତାରୀ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଖଳନାୟକ ଦାମ ପଣ୍ଡା, ଯାତ୍ରା ନିର୍ଦ୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ, ସମାଜସେବୀକା ଝାନସୀରାଣୀ ଦାସ, ସୁପ୍ରିମକୋର୍ଟର ଓକିଲ ଜଗତ ମୋହନ ସିଂ, ମୁଖ୍ୟବକ୍ତାଭାବେ ଓଡିଆ ଭାଷାସଂସ୍କୃତି ଜାଗରଣ ମଞ୍ଚ ଓଡିଶାର ସଭାପତି ଜଇନୁଲ ଆବେଦିନ ପ୍ରମୁଖ ଯୋଗଦେଇଥିଲେ । ଅବସରପ୍ରାପ୍ତ ଅନୁଶିକ୍ଷା ଅଧିକାରୀ ଶଙ୍ଖାଳି ଚରଣ ରାଉଳ, ସମାଜସେବୀ ତଥା କାନପୁରର ଗୋପବନ୍ଧୁ ଗଙ୍ଗାଧର ରାଉତ, ସାଳନ୍ଦୀ ମହୋତ୍ସବ କମିଟର ସମ୍ପାଦକ ବିଶ୍ୱରଞ୍ଜନ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥବବାବେଳେରବିନ୍ଦ୍ର କୁମାର ରାଉତ, ଗୌରାଙ୍ଗ ରାଉତ, ଶତୃଘ୍ନ ରାଉତ, ରମେଶ ଚନ୍ଦ୍ର ରାଉତ, ଧର୍ମପଦ ବେହେରା, ଚୈତନ୍ୟ ମହାପାତ୍ର, ଉଦ୍ଧବ ବେହେରା,ଉତ୍ତମ ବେହେରା, ଗଉ ବେହେରା, ମସନ୍ତ ଧଳ, ମସନ୍ତ ମହାରଣା, କମଳାକାନ୍ତ ଧଳ, ସର୍ବେଶ୍ୱର ବେହେରା, ଟୁବୁଲା ବେହେରା, ନିରଞ୍ଜନ ଜେନା, ଗଣେଶ ଚନ୍ଦ୍ର ଜେନା, ପ୍ରଫୁଲ କୁମାର ଜେନା, ଲମ୍ବୋଦର ଖମାରୀ, କାଳିଆ ଖମାରୀ, କାବୁଲା ବେହେରା ପ୍ରମୁଖ ସହଯୋଗ କରିଥିଲେ ।


