କାନପୁର ଡ୍ୟାମରୁ ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର

ଯୋଡା (ସମୀର କୁମାର ଦାସ, ଯୋଡା) : ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ବାସୁଦେବପୁର ଠାରେ ନିର୍ମାଣଧୀନ କାନପୁର ଡ୍ୟାମ୍ ରୁ ବୁଧବାର ପୋଲିସ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ପୋଲିସ ର ସୂଚନାନୁଯାୟୀ ଜଣାପଡିଛି ଯେ, ବାସୁଦେବପୁରଠାରେ ନିର୍ମାଣଧୀନ କାନପୁର ଡ୍ୟାମ ଜଳ ରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଯୋଡା ଥାନା ଆଇଆଇସି ରାଇସେନ୍ ମୁୁର୍ମୁ, ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ, ଯୋଡା ଥାନା ଏସଆଇ ଶେଖ୍ ଆଜାରୁଦ୍ଦିନ୍ ଘଟଣାସ୍ଥଳରେ ପହନଚି ମୃତଦେହଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ଏନେଇ ଅପମୃତ୍ୟୁ ମାମାଲା ନଂ ୧୬/୨୦୨୦ ରୁଜୁ କରାଯାଇଥିବା ବେଳେ ମୃତ ମହିଳାଙ୍କ ପରିଚୟ ମିଳି ପାରିନଥିବା ପୋଲିସ ସୂଚନା ଦେଇଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ