ଛୋଟ ପିଲା ବଡ଼ ସ୍ୱପ୍ନ ଦେଖ-ଚରିତ୍ର ଗଠନ କର, ଜୀବନରେ ସଫଳତା ପାଇବ

ଭୁବନେଶ୍ୱର, : ଛୋଟଛୋଟ ପିଲାମାନେ ରାଜ୍ୟ ପାଇଁ ଓ ଦେଶ ପାଇଁ ବଡ଼ବଡ଼ ସ୍ୱପ୍ନ ଦେଖ ଓ ଚରିତ୍ର ଗଠନରେ ନିୟୋଜିତ ହୋଇ ପରିପୂର୍ଣ୍ଣ ମଣିଷ ହୋଇପାରିଲେ ବଡ଼ ମଣିଷ ହେବା ସହିତ ସୁନ୍ଦର ରାଷ୍ଟ୍ରଗଠନ ସମ୍ଭବ ହେବ । ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ଦ୍ୱାରା ଆୟୋଜିତ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିମତ । ଏହି ଉତ୍ସବରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ପ୍ରମେୟର ବ୍ୟୁରୋମୁଖ୍ୟ ଦେବେନ୍ଦ୍ରନାଥ ସୁଆର ଗଳ୍ପଛଳରେ ପିଲାମାନେ ସୁନ୍ଦର ଓ ନିର୍ମଳ ଚରିତ୍ର ଗଠନ କରିବାକୁ ଉପଦେଶ ପ୍ରଦାନ କରିଥିଲେ । ଅପରାହ୍ନ ୧ଟା ବେଳେ ୟୁନିଟ୍-୯ସ୍ଥିତ ନିକୋପାର୍କ ଛକସ୍ଥ ଜୟଭାରତ ଭବନରେ ଲଡୁକେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ସମ୍ପାଦକ ପ୍ରମଥେଶ ମହାନ୍ତି ଅନୁଷ୍ଠାନର ବିବରଣୀ ପାଠ କରିଥିଲେ ଏବଂ ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ଉପସଭାପତି ସଚ୍ଚିଦାନନ୍ଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଏବଂ ସରୋଜିନୀ ପଟ୍ଟନାୟକ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ମେଡ଼ିଆ ସଂଯୋଜକ ମନୋରଞ୍ଜନ ମହାନ୍ତି ସୁନ୍ଦରଭାବେ ଅତିଥି ପରିଚୟ ପ୍ରଦାନ କରିବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଳେ ଏବଂ କଲ୍ୟାଣ ·ଟାର୍ଜୀ ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ କିଶନଲାଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।
ପୂର୍ବାହ୍ନ ୯ ଘଟିକା ସମୟରେ ଆୟୋଜିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କି ଭୁବନେଶ୍ୱରର ୮ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ହିନ୍ଦୀ, ସଂସ୍କୃତ ଓ ଓଡ଼ିଆରେ ଦେଶାତ୍ମବୋଧ ସଙ୍ଗୀତ ଗାନ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ସୈନିକ ସ୍କୁଲ୍ ପ୍ରଥମ ସ୍ଥାନ, ରେଲ୍ୱେ କଲୋନୀ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଏବଂ ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଭିଏସ୍ଏସ୍ ବିଦ୍ୟାମନ୍ଦିର ଓଡ଼ିଆ ସଙ୍ଗୀତରେ ପ୍ରଥମ ଏବଂ ମଞ୍ଚନାଥ ହାଇସ୍କୁଲ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ବୃନ୍ଦଗାନ ପ୍ରତିଯୋଗିତାକୁ ସୁଶ୍ରୀ ମଞ୍ଜୁଳା ତ୍ରିପାଠୀ, ଶ୍ରୀମତୀ ବବିତା ମହାନ୍ତି, ସୁଭଦ୍ରା ମିଶ୍ର, ବନ୍ଦନା ମହାନ୍ତି, ସୁଧା ପଟ୍ଟନାୟକ, ରିଭାମହାନ୍ତି, ଶଶିପ୍ରଭା ଦାଶ, ନିରୂପମା ମହାପାତ୍ର, ଦିବ୍ୟସ୍ୱରୂପା ମହାନ୍ତି, ଗିରିଶ ଚନ୍ଦ୍ର ଦାସ, ଗୌରାଙ୍ଗ ନାୟକ, ସୁବାଷ ମହାନ୍ତି, ବ୍ରହ୍ମାନନ୍ଦ ପୃଷ୍ଟି, ମୃତ୍ୟୁଞ୍ଜୟ ମହାନ୍ତି, ଭୁବନନାନନ୍ଦ ତ୍ରିପାଠୀ, ଲିଙ୍ଗରାଜ ମହାପାତ୍ର ପ୍ରମୁଖ ପରି·ଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଭାରତ ବିକାଶ ପରିଷଦର ବିଭିନ୍ନ ଶାଖାର ଯଥା ସତ୍ୟବାଦୀ, ଭୁବନେଶ୍ୱର ଉତ୍ତର, ଚନ୍ଦ୍ରଶେଖରପୁର, ଓଡ଼ିଶାପ୍ରାନ୍ତର ବିଭିନ୍ନ କର୍ମକର୍ତ୍ତା ଏବଂ ସଭ୍ୟମାନେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ କିଶନଲାଲ ଅଗ୍ରୱାଲଙ୍କ ପରିବାର ତାଙ୍କ ପିତା ବଦ୍ରୀନାରାୟଣ ଅଗ୍ରୱାଲଙ୍କ ସ୍ମୃତିରେ କାର୍ଯ୍ୟକ୍ରମର ବ୍ୟବସ୍ଥା ସହଯୋଗୀରୂପେ ପ୍ରୟୋଜନ କରିଥିଲେ । ଉପଦେଷ୍ଟା ଳକ୍ଷ୍ମଣ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମଟି ପରି·ଳିତ ହୋଇଥିଲା । ଏହି ଅବସରରେ ଭାଗ ନେଇଥିବା ସମସ୍ତ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଏବଂ କୃତୀ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ