କାନସାରଳା ଗ୍ରାମରେ ଅଗ୍ନିକାଣ୍ଡ : ଦୁଇ ବଖରା ଘରପୋଡି ପାଉଁଶ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ଭାଗବାନପୁର ଗ୍ରାମ ପଞ୍ଚାୟତର କାନସାରଳା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଏକ ପରିବାରର ଦୁଇ ବଖରା ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଜାନୁଆରୀ ୦୪ ତାରିଖ ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ କୌଣସି କାରଣରୁ କାନସାରଳା ଗ୍ରାମର ଲକ୍ଷ୍ମଣ ନାୟକଙ୍କ ରୋଷେଇ ଘରେ ନିଆଁ ଲାଗି ଯାଇ ଦୁଇ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ବୁଗୁଡା ଅଗ୍ନିଶମ ଅଧିକାରୀ ସଞ୍ଜୟ କୁମାର ରାଉତଙ୍କ ନେତୃତ୍ୱରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଖବର ପାଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ଓ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ପାଲ ପ୍ରଭୃତି ପ୍ରଦାନ କରି ଅନୁସନ୍ଧାନ କରି ଫେରିଥିବା ବେଳେ ଆସନ୍ତା କାଲି କ୍ଷୟକ୍ଷତି ଆକଳନ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି ।


