କାନସାରଳା ସେବାଶ୍ରମରେ ପୋଷାକ ବଣ୍ଟନ
ବୁଗୁଡା (ଅନିଲ ମହାରଣା):ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱରା ପରିଚାଳିତ ବୁଗୁଡା ବ୍ଲକ ଅନ୍ତର୍ଗତ କାନସାରଳା ସେବାଶ୍ରମରେ ଏପ୍ରିଲ ୯ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଆବାସିକ ସେବାଶ୍ରମରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଭାଗବାନପୁର ପାଞ୍ଚାୟତ ସରପଞ୍ଚ ସସ୍ମିତା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୁଶାନ୍ତ କୁମାର ପ୍ରଧାନ, ସମିତି ସଭ୍ୟା ରମା ଜାନୀ, ସିଆରସିସି ଆଶୁତୋଷ ମିଶ୍ର ଓ ଏସଏମସି ଅଧ୍ୟକ୍ଷ ସୁଧାକର ଜାନୀ ଯୋଗଦେଇଥିଲେ। ଅତିଥି ବୃନ୍ଦଙ୍କ ଦ୍ୱାରା ସେବାଶ୍ରମର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା। ସେବାଶ୍ରମର ସହକାରୀ ଶିକ୍ଷକ ସନ୍ତୋଷ କୁମାର ନାୟକ ଓ ଦେବାଶିଷ ବେହେରା ଏବଂ ଶିକ୍ଷୟିତ୍ରୀ ଇତିଶ୍ରୀ ସାହୁ ମେଳା ପରିଚାଳନାରେ ସହଯୋଗ କରିଥିଲେ।