କାନାରା ବ୍ୟାଙ୍କ ପକ୍ଷରୁ ଏମଏସଏମଇ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ଦେଶର ଅଗ୍ରଣୀ ବ୍ୟାଙ୍କିଙ୍ଗ ସେବା ପ୍ରଦାନକାରୀ କାନାରା ବ୍ୟାଙ୍କର ଭଦ୍ରକ ସ୍ଥିତ ଏମଏସଏମଇ ସୁଲଭ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ସହରର ସହଦେବଖୁଣ୍ଟା ଶାଖାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ ଶାଖାର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପ୍ରକାଶ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାହକ ସେବାରେ କାନାରା ବ୍ୟାଙ୍କ ଭୂମିକା ଅଦ୍ୱିତୀୟ ବୋଲି କହିଥିଲେ । ବ୍ୟାଙ୍କର କାର୍ଯ୍ୟ ପରିସୀମାକୁ ବ୍ୟାପକ କରିବା ଲକ୍ଷ୍ୟରେ ବିଭିନ୍ନ ସମୟରେ ଗ୍ରାହକଙ୍କ ସହ ଯୋଡ଼ି ହେବା ଓ ସେମାନଙ୍କ ସମସ୍ୟା ସମାଧାନ ବାବଦରେ ଉଚିତ ପଦକ୍ଷେପ ନେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ । କାନାରା ବ୍ୟାଙ୍କ ଏମଏସଏମଇ ସୁଲଭ ଆଞ୍ଚଳିକ ଶାଖାର ଡିଭିଜନାଲ ମ୍ୟାନେଜର ନିଶାନ୍ତ ଶାହା ଓ ଭଦ୍ରକ ଏମଏସଏମଇ ସୁଲଭ ଶାଖାର ଡିଭିଜନାଲ ମ୍ୟାନେଜର ବିକାଶ କୁମାର ସାହୁ ଏଥିରେ ଯୋଗଦେଇ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ବ୍ୟାଙ୍କିଙ୍ଗ ସେବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । କାନାରା ବ୍ୟାଙ୍କର ବାଲେଶ୍ୱର ଏମଏସଏମଇ ସୁଲଭ ଅଞ୍ଚଳିକ ଶାଖାର ଋତିକା ପରିଡ଼ା, ମୃତ୍ୟୁଞ୍ଜୟ ବେହେରା, ପୃଥ୍ୱୀରାଜ ଦଳେଇ, ଜଗନ ପୃଷ୍ଟି ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ବ୍ୟାଙ୍କର ସହଦେବଖୁଣ୍ଟା, ମୋତିଗଞ୍ଜ, କସବା ଓ ନୀଳଗିରି ପ୍ରଭୃତି ଶାଖା ପରିଚାଳକଙ୍କ ସମେତ ଗ୍ରାହକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


