କାନ୍ତକବିଙ୍କ ଜୟନ୍ତୀରେ ସଂଗ୍ରାମଙ୍କୁ ସାହିତ୍ୟ ଏକାଡେମୀ ମଞ୍ଚରେ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମତିଥିରେ ତାଙ୍କ ଜନ୍ମସ୍ଥାନ ତାଳପଦା ଠାରେ ଓଡିଆ ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ସାହିତ୍ୟିକ ତଥା ଶୁଭପଲ୍ଲବ ଓଡିଆ ପତ୍ରିକାର ପ୍ରତିଷ୍ଠାତା ସଂଗ୍ରମ କେଶରୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଗ୍ରାମ ଯୋଗ ଦେଇ କବିତା ପାଠ କରିବା ସହିତ ମୁଖ୍ୟ ଅତିଥି ତଥା ସାହିତ୍ୟ ଏକାଡେମୀର ପୁରସ୍କାରପ୍ରାପ୍ତ ବିଶିଷ୍ଟ ଓଡିଆ କବି ହୃଦାନନ୍ଦ ପାଣିଗ୍ରାହୀ ଓ ସାହିତ୍ୟ ଏକାଡେମୀର ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ବହଳୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ । ପ୍ରକାଶ ଥାଉକି, ସଂଗ୍ରାମ ଗତ ୨୦୧୪ ମସିହାରୁ ଓଡିଆ ଉଇକିପିଡିଆରେ ନିୟମିତ ଭାବରେ ସମ୍ପାଦନା କାର୍ଯ୍ୟ କରିବା ସହିତ ବିଶ୍ୱର ୩ୟ ବ୍ୟକ୍ତି ଭାବରେ ନିୟମିତ ପ୍ରସଙ୍ଗ ଲେଖି ଲଗାତର ୨ ହଜାର ଦିନ ଅତିକ୍ରମ କରିଛନ୍ତି । ୨୦୧୮ ମସିହାରେ ସେ ଶୁଭପଲ୍ଲବ ଓଡିଆ ପତ୍ରିକାର ପ୍ରତିଷ୍ଠା କରିବା ସହିତ ଏହାର ସଂପାଦକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ୨୦୨୦ ମସିହାରେ ଦିଲ୍ଲୀ ଠାରେ ଦ ଇଣ୍ଟେଲାକ୍ଟ ଦ୍ୱାରା ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସେ ଯୁବପ୍ରେରଣା ପୁରସ୍କାର ମଧ୍ୟ ପାଇଛନ୍ତି ।