କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ଓଡ଼ିଆ ଭାଷା ସାହିତ୍ୟ ର ମାର୍ଗଦର୍ଶକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସାହିତ୍ୟିକ, କବି, ଔପନ୍ୟାସୀକ ତଥା ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିଥିବା ମହାନ ବ୍ୟକ୍ତିତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ୧୩୬ ତମ ଜୟନ୍ତୀ ସ୍ଥାନୀୟ ମୁଖ୍ୟ ମହାଡାକପାଳ ଙ୍କ କାର୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ ସଭା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଆମେ ଭୁବନେଶ୍ୱର ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି. ଅଭିଯାନ ର ଅଧ୍ୟକ୍ଷ, ବାଗ୍ନୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ,ପ୍ରଫୁଲ୍ଲ ସାମଲ, ଆମେ ଭୁବନେଶ୍ୱର ସଭାପତି ନରେନ ସାହୁ,ଭାଷାପ୍ରାଣ କବି ପ୍ରବୀର ମହାନ୍ତି ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ କୁ କାନ୍ତକବି ଙ୍କ ଅବଦାନ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ. ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ ଯେ “ବନ୍ଦେ ଉତ୍କଳ ଜନନୀ “ର ସ୍ରଷ୍ଟା ଭାବେ, ଓଡ଼ିଆ ଭାଷା ସାହିତ୍ୟ ଓ ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ତଥା ତାଙ୍କ କାଳଜୟୀ ରଚନା ସମଗ୍ର ମାନବ ଜାତି ପାଇଁ ଚିର ସ୍ମରଣୀୟ ଓ ଆଦର୍ଶ ହୋଇ ରହିବ.ବୁଢା ଶଙ୍ଖାରି,ଜାତୀୟ ପତାକା ପ୍ରମୁଖ ରଚନା ତାଙ୍କୁ ଇତିହାସ ରେ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି. ଆଜିର ଯୁବ ପିଢ଼ୀ ଏହିପରି ମହାନ ବ୍ୟକ୍ତି ଙ୍କ ପଦାଙ୍କ ଅନୁସରଣ କରିବା ଆବଶ୍ୟକ. କାର୍ଯ୍ୟକ୍ରମ କୁ ପୂଜ୍ୟପୂଜା ପ୍ରାଣ ସଞ୍ଜୟ ପରିଡା, ଅମିତ ପାତାଳ ସିଂ, ରମେଶ ପାତାଳ ସିଂ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.