କାନ୍ତିକାରୀ ବୀର ସିଦ୍ଧୁ-କାହ୍ନୁ’ଙ୍କ ସ୍ମୃତିରେ ସାନ୍ତାଳୀ ହୁଲ ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଇଂରେଜ ଶାସକ’ଙ୍କ ଅଧିନରେ ଚାଲିଥିବା ଅନ୍ୟାୟ,ଅତ୍ୟାଚାର ପୂର୍ଣ୍ଣ ନିତୀ ବିରୁଦ୍ଧରେ ୨’ ଭାଇ ସିଦ୍ଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ’ଙ୍କ ଆହ୍ବାନରେ ୨୦’ହଜାର ସାନ୍ତାଳ ସମ୍ପ୍ରଦାୟର ଲୋକେ ୩୦’ଜୁନ ୧୮୫୫’ରେ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରହରେ ଓହ୍ଲାଇ ନିଜକୁ ସ୍ବତନ୍ତ୍ର ଘୋଷଣା କରିଥିଲେ।
ମୂଖ୍ୟତଃ ଆଦିବାସୀ’ଙ୍କ ଠାରୁ ଚାଷ-ଫସଲ କର ବାବଦରେ ୫୦’ପ୍ରତିଶତରୁ ୫’ଶହ ପ୍ରତିଶତ ପର୍ଯ୍ୟନ୍ତ ଅନ୍ୟାୟ ପୂର୍ଣ୍ଣ ଭାବେ କର ଆଦାୟ ଓ ବିଭିନ୍ନ ଅତ୍ୟାଚାର ପୂର୍ଣ୍ଣ ନିତୀ ଓ ଅନ୍ୟାୟ ବିରୁଦ୍ଧରେ ଯେତେବେଳେ ଭାଇ ସିଦ୍ଧୁ-କାହ୍ନୁ,ଚାନ୍ଦ-ଭୈରବ ଓ ଭଉଣୀ ଫୁଲ-ଝାନୋ ସ୍ବର ଉତ୍ତୋଳନ କଲେ ହଜାର ହଜାର ଲୋକେ ଏହାକୁ ସ୍ବାଗତ କରିବା ସହିତ ଇଂରେଜ ଶାସନ ବିରୁଦ୍ଧରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧନୁତୀର,ଫାର୍ଶା ଆଦି ସହିତ ବିଦ୍ରହରେ ଓହ୍ଲାଇ ନିଜକୁ ସ୍ବତନ୍ତ୍ର ଘୋଷଣା କରିଥିଲେ।କାଳକ୍ରମେ ସିଦ୍ଧୁ-କାହ୍ନୁ,ଚାନ୍ଦ-ଭୈରବ ଓ ଫୁଲୋ-ଝାନୋ ଇଂରେଜ’ଙ୍କ ବିରୁଦ୍ଧ ଯୁଦ୍ଧରେ ଅନେକ କ୍ରାନ୍ତିକାରୀ ସହଯୋଗୀ’ଙ୍କ ସହିତ ସହିଦ୍ ହୋଇଥିଲେ।ତେବେ ଠାରୁ ଏହାର ସ୍ମୃତିରେ ପ୍ରତ୍ୟୋକ ବର୍ଷ ଜୁନ ୩୦’ତାରିଖରେ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ସାନ୍ତଳୀ କ୍ରାନ୍ତି ଦୀବସ ବା ହୁଲ ମାହା ଭାବେ ପାଳନ କରାଯାଇଥାଏ।ବହଳଦା ବ୍ଲକ,ତିରିଂ’ବ୍ଲକ ଓ ଜାମଦା ବ୍ଲକର ବିଭିନ୍ନ ସ୍ଥାନରେ ହୁଲ ମାହା ପାଳିତ ହୋଇଥିବା ବେଳେ ବହଳଦା ବ୍ଲକ ଗିଦିଘାଟୀ ଗ୍ରାମପଞ୍ଚାୟତ ହେଁସଡା ଗ୍ରାମରେ ହେଁସଡା ପେସା ଗ୍ରାମସଭା ପକ୍ଷରୁ କ୍ରାନ୍ତିକାରୀ ବୀର ସହିଦ୍ ସିଦ୍ଧୁ ମୁୁର୍ମୁ ଓ କାହ୍ନୁ ମୁର୍ମୁ’ଙ୍କ ଫୋଟ ଚିତ୍ରରେ ପୂଜାଅର୍ଚ୍ଚନା ପୂର୍ବକ ହୁଲ ଦିବସ ପାଳିତ ହୋଇଯାଇଛି।ପୂଜା ଅର୍ଚ୍ଚନା ବେଳେ ଅନ୍ୟାନ୍ୟ ବୀର ପୁରଷ ମାନଙ୍କୁ ମଧ୍ୟ ସ୍ମୃତିଚାରଣ କରାଯାଇଥିଲା।ହେଁସଡା ପେସା ଗ୍ରାମସଭା ସଂଗଠନର ସଭାପତି ସାଲଖାନ ଟୁଡୁ,ସଂପାଦକ ତଥା ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ’ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀ ଭାବେ ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ ଯୋଗଦେଇ ପୂଜାଅର୍ଚ୍ଚନାରେ ସହଯୋଗ କରିବା ସହିତ ଆୟୋଜିତ ବୈଠକରେ ଯୋଗଦେଇ ଅଞ୍ଚଳର ଆଦିବାସୀ ମାନଙ୍କୁ ନିଜ ମଧ୍ୟରେ ଥିବା ବିବାଦକୁ ଛାଡି ଏକଜୁଟ ହେବାକୁ ଓ ପୂର୍ବ ପୁରୁଷ କାଳରୁ ଚାଲି ଆସିଥିବା ବିଭିନ୍ନ ପରମ୍ପରା ସବୁ ଯେପରି ଅକ୍ଷୁର୍ଣ୍ଣ ରଖିବା ସେଥିପ୍ରତି ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ।କାର୍ଯ୍ୟକ୍ରମରେ କାର୍ଯକାରୀ ସଦସ୍ୟ’ଙ୍କ ସହିତ ହଁସଡା ଗ୍ରାମ ମାଝୀ ବାବା ଗୋବିନ୍ଦା ମାର୍ଣ୍ଡି ଅନ୍ୟାନ୍ୟ ଭଦ୍ରବ୍ୟକ୍ତି’ଙ୍କ ସହିତ ଉପସ୍ଥିତ ରହିଥିଲେ।ପରେ ମୂଳନିବାସୀ ଏକତାମଞ୍ଚ ସଂଗଠନ ଅଧ୍ୟକ୍ଷ ରାମଚନ୍ଦ୍ର ହେମ୍ବ୍ରମ ଓ ସଂଯୋଜକ ପିତାମ୍ବର ମୁର୍ମୁ ବୈଠକରେ ଯୋଗଦେଇଥିଲେ।ତେବେ କୋରନା ସଂକ୍ରମଣକୁ ନେଇ ରହିଥିବା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଏହି କ୍ରାନ୍ତି ଦିବସ ବା ହୁଲ୍ ଦୀବସ ପାଳନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ