କାନ୍ଥରେ ପିଟି ହୋଇ ବାଇକ ଚାଳକ ମୃତ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଥାନା ଅଧିନ ବାଣପଦା ନିକଟରେ ଗତକାଲି ରାତ୍ର ପ୍ରାୟ ୯ ଟା ସମୟରେ ଜଣେ ଯୁବକ ମୋଟର ସାଇକେଲ ଦ୍ରୁତ ଗତିରେ ଆସି ଗୋଟିଏ କାନ୍ଥରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ଗୁରୁତର ଆହାତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ପରିଚୟ କରମଙ୍ଗା ଗ୍ରାମର ବାଲିଆ ସାହିର ୩୨ ବଷିୟ ଯୁବକ ବିବେକାନନ୍ଦ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାତ୍ର ସମୟରେ ନିଜର ମୋଟର ସାଇକେଲ ଯୋଗେ ନିକଟସ୍ଥ ମାର୍କେଟ ଯାଇ ଘରକୁ ଫେରୁଥିବା ସମୟରେ ବୁଲାଣି ରାସ୍ତା ନିକଟରେ ଭାରସାମ୍ୟ ହରାଇ ଏକ ଘରର କାନ୍ଥ କୁ ଶକ୍ତ ଧକ୍କା ହୋଇଥିଲା । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହାତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିିକରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।