କାନ ପାଇଁ କ୍ଷତିକାରକ ଇଅର୍ଫୋନ୍

ଅଧିକାଂଶ ଯୁବପିଢ଼ିଙ୍କୁ ବିନା ମ୍ୟୁଜିକ୍ରେ ନିଦ ହୁଏ ନାହିଁ । ରାତିରେ ଇଅରଫାନ୍ ଲଗାଇ ଗୀତ ଶୁଣୁ ଶୁଣୁ ନିଦ ଆସିଯାଇଥାଏ । ଅଧିକ ସମୟ ଇଅରଫାନ୍ କାନରେ ଲଗାଇବା ଦ୍ୱାରା ଶ୍ରବଣଶକ୍ତି ପ୍ରଭାବିତ ହୋଇଥାଏ । ଏହାର ଖରାପ ପ୍ରଭାବ ମସ୍ତିଷ୍କ ଏବଂ ନିଦ ଉପରେ ମଧ୍ୟ ପଡ଼ିଥାଏ ।  ମ୍ୟୁଜିକ୍ ଶୁଣିବା ଦ୍ୱାରା ଆରାମ ମିଳିଥାଏ ସତ, କିନ୍ତୁ ଏହି ଆର୍ଟିଫିସିଆଲ ସାଉଣ୍ଡ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।  ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଇଅରଫାନ୍ ଲଗାଇ ମ୍ୟୁଜିକ୍ ଶୁଣିବା ଦ୍ୱାରା ନିଦ ପ୍ରଭାବିତ ହୋଇଥାଏ । ମସ୍ତିଷ୍କ ବିଶ୍ରାମ ନ ନେଇ ଆକ୍ଟିଭ ମୋଡ୍ରେ ରହିଥାଏ ।  ଯଦି ଆପଣଙ୍କ ଇଅରଫାନ୍ ସାଙ୍ଗସାଥୀଙ୍କୁ ବ୍ୟବହାର କରିବାକୁ ଦେଉଛନ୍ତି ତେବେ ଆପଣଙ୍କ କାନରେ ଇନ୍ଫେକ୍ସନ୍ ହେବାର ଆଶଙ୍କା ରହିଛି ।  ଶରୀରକୁ ଅତିକମ୍ରେ ୬ରୁ ୮ଘଣ୍ଟା ବିଶ୍ରାମ ଆବଶ୍ୟକ । ଅଧିକ ସାଉଣ୍ଡରେ ଇଅରଫୋନ୍ ଲଗାଇ ଶୁଣିଲେ ଶ୍ରବଣଶକ୍ତି ପ୍ରଭାବିତ ହୋଇଥାଏ । ଆପଣଙ୍କ ହାର୍ଟ ବିଟ୍ ମଧ୍ୟ ନର୍ମାଲ ତୁଳନାରେ ପ୍ରଖର ହୋଇଥାଏ; ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।  ରାତିରେ ଭଲ ନିଦ ହେବା ପାଇଁ ଗୀତ ଶୁଣନ୍ତୁ, କିନ୍ତୁ ଇଅରଫାନ୍ ଲଗାଇ ଗୀତ ଶୁଣନ୍ତୁ ନାହିଁ । ଆପଣ ଚାହିଁଲେ ନିଦରେ ଶୋଇବା ପୂର୍ବରୁ ଇଅରଫାନ୍ କାଢ଼ି ଶୋଇପାରିବେ । ଶୋଇବା ପୂର୍ବରୁ କ୍ଷୀର କିମ୍ବା ପାଣି ପିଅନ୍ତୁ । କିଛି ବହି ପଢ଼ିବା ଦ୍ୱାରା ଭଲ ନିଦ ଆସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ