କାଫେ ଚାଟର ଭୁବନେଶ୍ୱରରେ ପ୍ରଥମ ଆଉଟଲେଟ ଖୋଲିଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ଭୁବନେଶ୍ୱର ବ୍ୟସ୍ତବହୁଳ ଜୀବନରେ ଇଲେକ୍ଟିକ ମେନୁ, ଅଦ୍ୱିତୀୟ ପରିବେଶ ଏବଂ ଅନନ୍ୟ ଅନୁଭୂତି ଉପଲବ୍ଧ ପାଇଁ କାଫେ ଇଣ୍ଡିଷ୍ଟିଂକ୍ଟ ଚାଟର ଏହାର ପ୍ରଥମ ଆଉଟ୍‌ଲେଟ୍ ଖୋଲିଛି । ଏହା ଗ୍ରାହକଙ୍‌ତକୁ ରୋମାଂଚକର ଅନୁଭୁତି ପ୍ରଦାନ କରିବାକୁ ସକ୍ଷମ ହେବ ।ଦୟାକରି ଆପଣ ସେଠାରେ ପାଦ ଦିଅନ୍ତୁ ଏବଂଯ ଏହାର ସୌନ୍ଦର୍ଯ୍ୟର ରଙ୍ଗରେ ଆତ୍ମହରା ହୁଅନ୍ତୁ । କାଫେକୁ ୩ ଭାଗରେ ବିଭକ୍ତ କରାଯାଇଛି । ଅଧିକ ଲୋକ ଏକାସାଙ୍ଗରେ ବସିବା,ର ଫ୍ରେଣ୍ଡସ୍ ଟେବୁଲ ଏବଂ ଆରାମଦାୟକ ଇନଡୋର ସେଟଅପ୍ ଆଦି ୩ ପ୍ରକାର ସୁବିଧା ଏଠାରେ ରହିଛି । ଏହା ସହିତ ଫଟୋଗ୍ରାଫ, ଶୁଟିଂ ପାଇଁ ମଧ୍ୟ ସୁବିଧା ରହିଛି । ଏଠାରେ ପାରମ୍ପରିକ ହସ୍ତଶିଳ୍ପର ଝଲକ ମଧ୍ୟ ରହିଛି । ବିଶ୍ୱସ୍ତରୀୟ ସୁସ୍ୱାଦୁ ଖାଦ୍ୟ ଏଠାରେ ଉପଲବ୍ଧ । ଏହାର ମେନୁରେ ନେପୋଲିଟାନ ହ୍ୟାଣ୍ଡ-ଟସ ପିଜା, କ୍ଲାସିକ ଇଟାଲୀୟ ପାସ୍ତା, ଫିଙ୍ଗର ଫୁଡସ୍ ବିସ୍ତୃତ ବର୍ଗ ସହିତ କଫିର ସୁବିଧା ମଧ୍ୟ ରହିଛି । ଏହି କାଫେକୁ ଅବସରପ୍ରାପ୍ତ ରିଡର ଡକ୍ଟର ସତ୍ୟବ୍ରତ ଦାସ ଏବଂ ତାଙ୍କ ପୁତୁରା ଶ୍ରୀଦତ ଦାସ ପରିଚାଳନା କରୁଛନ୍ତି । ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଅଭିଜ୍ଞତା ଆଣିବାର ଉଦ୍ୟମ ସେମାନେ ଜାରି ରଖିଛନ୍ତି । ଆମେ ନିଶ୍ଚିତ ଯେ ଇଣ୍ଡିଷ୍ଟିଂକ୍ଟ ଚାଟର ଗ୍ରାହକଙ୍କୁୂ ବେଶ୍ ପସନ୍ଦ ଆସିବ ଏବଂ ବିଶ୍ୱସ୍ତରୀୟ ପରମ୍ପରାକକୁ ଏକତ୍ର କରିବାରେ ସହାୟକ ହେବ । ଏହା ସହିତ ଏଠାରେ ବେକେରୀ ସୁବିଧା ମଧ୍ୟ ଉପଲବ୍ଧ । ଗ୍ରାହକ ଥରେ ଏଠାକୁ ଆସିଲେ ଅନ୍ୟ ସବୁ ଭୁଲି ଯିବେ ବୋଲି ସେମାନେ ପ୍ରକାଶ କରିଛନ୍ତି । ସୋସିଆଲ୍ ମିଡ଼ିଆ ଇନଷ୍ଟାଗ୍ରାମ୍‌ରେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ସଦ୍ଭଗ୍ଦଗ୍ଧବଶକ୍ସବଜ୍ଞ.ମକ୍ଟଜ୍ଞ/ମବଲର.ମଷବଗ୍ଧଗ୍ଧରକ୍ସ/ ଦ୍ୱାରା କାଫେ ଚାଟର ସମ୍ପର୍କରେ ଜାଣି ହେବ ।ବ୍ରାଣ୍ଡର ଉନ୍ମୋଚନ ଅଭିଯାନ ‘ଲାଇକ ନେଭର ବିଫୋର’ ଭଳି ସମ୍ପନ୍ନ ହୋଇଛି । ଏହା ଶହୀଦ୍‌ନଗରର ଆଙ୍ଗନ ରେଷ୍ଟୁରାଂଟ୍ ନିକଟରେ ଖୋଲା ଯାଇଛି । ଯୋଗାଯୋଗ ପାଇ ମୋବାଇଲ୍ ନଂ-୯୫୯୧୧୫୯୬୫୭କୁ ବ୍ୟବହାର କରାଯାଇ ପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ