କାମକଲା କରୋନା ଟିକା

ଲଣ୍ଡନ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କରୋନା ଟିକା ବାହାର କରିବା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ମାଙ୍କଡ଼ ଦେହରେ ପରୀକ୍ଷା କରାଯାଇଥିବା ବେଳେ ଏହାର ପରିଣାମ ଉତ୍ସାହଜନକ ଥିବାରୁ ଟିକା ବାହାର କରିବାରେ ଖୁବ ଶୀଘ୍ର ସଫଳତା ମିଳିବ ବୋଲି ଆଶା କରାଯାଉଛି । କରୋନା ଭାଇରସର ହାଇ ଡୋଜ ଦେଇ ୬ଟି ମାଙ୍କଡ଼କୁ ସଂକ୍ରମିତ କରାଯାଇଥିଲା ଏବଂ ଏହାପରେ ସେମାନଙ୍କ ଦେହରେ ଟିକା ଦିଆଯାଇଥିଲା ଏବଂ ସେମାନଙ୍କ ଦେହରେ କରୋନା ମୁକାବିଲା ପାଇଁ ଆବଶ୍ୟକ ଆଣ୍ଟିବଡ଼ି ସୃଷ୍ଟି ହୋଇଥିଲା । ଫଳରେ ମନୁଷ୍ୟ ଦେହରେ ବି ଏହାର ପରୀକ୍ଷଣ ପାଇଁ ରାସ୍ତା ଖୋଲିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ