କାମରେ ଆସୁନି ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଶୌଚାଳୟ, ବର୍ଷବର୍ଷ ଧରି ତାଲା ପଡିଛି

କରଞ୍ଜିଆ,(ଜିତେନ୍ଦ୍ର ରାଜ):ଜନସାଧାରଣ ହିତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ପରବର୍ତ୍ତୀ ସମୟରେ ଯୋଜନା ସବୁ କୌଣସି କାର୍ୟ୍ୟରେ ଲାଗୁ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ନିର୍ମାଣ ହୋଇଥିବା ଆମ ଶୌଚାଳୟ । ପ୍ରକାଶଯେ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚିକିତ୍ସାଳୟ ପରିସରରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି ।ଯାହା ଗତ ୨o୧୮ ମସିହା ମେ ମାସ ତିରିଶ ତାରିଖ ଏହା ତତ୍କାଳୀନ ବିଧାୟକ ବିଜୟ ନାଏକ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଉଦଘାଟନ ର କିଛି ମାସ ଏହା କାର୍ଯ୍ୟକାରୀ ହେବା ପରେ ବନ୍ଦ ପଡିଛି ଡାକ୍ତରଖାନା କୁ ଚିକିତ୍ସିତ ହେବାକୁ ଆସିଥିବା ରୋଗୀ ଙ୍କ ସମ୍ପର୍କୀୟ ଙ୍କ ଶୌଚ ହେବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେ ଦିଗରେ ଦୃଷ୍ଟି ରଖି ସରକାର ଟଙ୍କା ଖର୍ଚ୍ଚ କରି ପାଇଖାନା ନିର୍ମାଣ କରିଥିଲେ ମଧ୍ୟ ତାହା ବ୍ୟବହାର ହେବା ପରିବର୍ତ୍ତେ ବର୍ଷ ବର୍ଷ ଧରି ତାଲା ପଡ଼ି ରହିଛି ଓ ବ୍ୟବହାର କରାଯାଉ ନାହିଁ ।ଯାହା ଦ୍ଵାରା ଲୋକମାନେ ବାହାରେ ଖୋଲା ପଡ଼ିଆରେ ପରିସ୍ରା ଏବଂ ମଳତ୍ୟାଗ କରୁ ଛନ୍ତି ।ବାହାରେ ଅସନା ହେଉଥିବା ଯୋଗୁଁ ପରିବେଶ ପରିଚ୍ଛନ୍ନ ସଫା ସୁତୁରା ରହୁ ନାହିଁ ।ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କେବଳ ନିର୍ମାଣ ପରେ ତାଲାପକାଇ ରଖାଯାଉଥିବା ବେଳେ ଏହି ସବୁ ଜନ ସାଧାରଣଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ କରାଯିବାକୁ ପ୍ରଶାସନ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ