କାମରେ ଲାଗୁନି ସରକାରୀ ପ୍ରକଳ୍ପ, ଅଧା ଗଢାରେ ଗୋଷ୍ଠୀ ଶୌଚାଳୟ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ବ୍ଲକ ସଦର ମହକୁମା ରେ ବହୁ ସରକାରୀ ପ୍ରକଳ୍ପ ବ୍ଲକ ପ୍ରଶାସନ ପକ୍ଷରୁ ଅନାବଶ୍ୟକ ସ୍ଥାନରେ ନିର୍ମାଣ କରାଯାଇଛି। ଯେଉଁଥିଲାଗି ଏହି ପ୍ରକଳ୍ପ ଗୁଡିକ କାମରେ ଲାଗୁନି। କେଉଁଠାରେ ଅଧାଗଢା ଗୋଷ୍ଠୀ ଶୌଚାଳୟରେ ମଣିଷ ବାସ କରୁଛନ୍ତି ତ ଆଉ କେଉଁଠାରେ ଗୃହ ପାଳିତ ପଶୁ ଙ୍କ ରହଣି ଲାଗି ବ୍ୟବହାର ହେଉଛିତ ଅନ୍ୟ କେଉଁଠାରେ ନିର୍ମାଣ ହେବା ପରଠାରୁ ଚାବି ପଡି ରହିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ସଦରରେ ଥିବା ହାଟ ପୋଖରୀ ର ଅପର ପାର୍ଶ୍ଵରେ ସର୍ବସାଧାରଣ କିସମ ରାସ୍ତାରେ ସାଢେ଼ 7 ଲକ୍ଷ ଟଙ୍କା ଅନୁମୋଦନ ରେ ଗୋଷ୍ଠୀ ଶୌଚାଳୟ ଅଧା ଗଢା ହୋଇ ରହିଥିବା ଦେଖାଯାଈଛି। ଆଜକୁ 5 ବର୍ଷ ରୁ ଉର୍ଦ୍ଧ୍ବ ସମୟ ବିତି ଯାଈଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ଦୀର୍ଘ ଦିନ ହେବ ଏଠାରେ ଏକ ପରିବାର ବାସ କରୁଥିବା ପ୍ରଶାସନ ଦେଖୁଥିଲେ ମଧ୍ୟ ଏହାରି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପରିତାପର ବିଷୟ। ହାଟ ପୋଖରୀ କୁ ଅମୃତ ସରୋବର ଯୋଜନାରେ ସାମିଲ କରାଯାଈ ପୋଖରୀ ର ସୌନ୍ଦର୍ଯ୍ୟକରଣ ଲାଗି ଚତୁଃପାଶ୍ୱର୍ରେ 16 ଲକ୍ଷ ଟଙ୍କା ବ୍ୟୟରେ ଫେବର ବିଛାଯାଈଥିଲା। ହେଲେ ତାହା ଏକ ବର୍ଷ ମଧ୍ୟ ଗଲା ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ କେଉଁଠାରେ ଫେବର ଉଠିଗଲାଣି ତ,କେଉଁଠାରେ ଫେବର ଉପରେ ଶିଉଳି ମାଡିଗଲାଣି। ସେହିପରି ପଞ୍ଚାୟତ ସମିତି ପକ୍ଷରୁ 5 ଲକ୍ଷ ଟଙ୍କା ବ୍ୟୟରେ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଙ୍କ ସମ୍ପର୍କୀୟ ଙ୍କ ଲାଗି ବିଶ୍ରାମ ସ୍ଥଳ ସହ ଶୌଚାଳୟ ନିର୍ମାଣ କରାଯାଇଥିଲା ବେଳେ ତାହା ନିର୍ମାଣ ପରଠାରୁ ତାଲା ପଡିରହିଛି। ଏଠାରେ ବିଶ୍ରାମାଗାର ଅଛି ହେଲେ ଏଠି ଶୌଚାଳୟ ନାହିଁ। କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ରୋଗୀ ଙ୍କ ସମ୍ପର୍କୀୟ ପରିଶ୍ରା କିମ୍ବା ଶୌଚ ଲାଗି ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଜନସାଧାରଣ ଙ୍କ କହିବା କଥା, ପ୍ରକଳ୍ପ ଗୁଡିକ ଠିକ ସ୍ଥାନରେ ହୋଈନଥିବା ଯୋଗୁଁ ବ୍ୟବହାର ରେ ଆସୁନାହିଁ କିମ୍ବା ଯେଉଁଥିଲାଗି ନିର୍ମାଣ କରାଯାଇଛି, ତାହାର ସଠିକ ବିନିଯୋଗ କରାଯାଉନାହିଁ। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି।