କାମ୍ପ ବର୍ଗ ଜାତିର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାର ସମସ୍ତ କାମ୍ପ ବର୍ଗ ଜାତିର ଏକ ବୈଠକ ଅନୁଷ୍ଟିତ ହୋଇଛି । ଏହି ବୈଠକରେ କାମ୍ପ ଜାତିକୁ ସେଣ୍ଟ୍ରାଲ ଓବିସି ବର୍ଗରେ ମିଶେଇବାପାଇଁ ଆଲୋଚନା କରିଛନ୍ତି ଏବଂ ଆସନ୍ତା ୧୫.୦୭.୨୦୨୨ ତାରିଖରେ ଜିଲ୍ଲାର ସମସ୍ତ ପଞ୍ଚାୟତ ରୁ ଆସିଥିବା କାମ୍ପ ବର୍ଗର ଲାକମାନେ ଭୁବନେଶ୍ବରରେ ପହଞ୍ଚି ଓବିସି କମିଶନରଙ୍କୁ ସାକ୍ଷାତକାର କରିବାନିମନ୍ତେ ନିଷ୍ପତି ନେଇଛନ୍ତି । ଏହି ବୈଠକରେ ଲୋକପ୍ରତିନିଧି ତଥା ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, କାଶିନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟମ୍ମା, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରାରାଜୁ , ବରିଷ୍ଟ ନେତା ଏସ. ଗଜପତି ରାଓ, ଜୋନ -୬ ଜିଲ୍ଲା ପରିଷଦ ସଦସ୍ୟ ଏସ୍. ବାଲରାଜୁ, ପାରଳାଖେମୁଣ୍ଡି ପୌର ଉପାଧକ୍ଷ ଲେଙ୍କା ମଧୁ, କାଶୀନଗର ଏନ୍ଏସି ଊପାଧକ୍ଷ ରଘୁରାମ ସାହୁ ପ୍ରମୁଖ ଯୋଗଦେଇଥିଲେ ।