କାମ୍ବାଗୁଡା ଗ୍ରାମର ହିତାଧିକାରୀ ଦୀର୍ଘବର୍ଷ ପରେ ଆବାସ ଯୋଜନାରେ ସାମିଲ୍‍ ହେବାରୁ ପ୍ରଶାସନକୁ ସାଧୁବାଦ ଜଣାଇଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଇନ୍ଦିରା ଆବାସ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍‍ କରିବା ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥିବା ବହୁ ହିତାଧିକାରୀଙ୍କ ସ୍ୱପ୍ନ ଶେଷରେ ସଫଳ ହେବା ଫଳରେ ସେମାନେ ଚକାପାଦ ବ୍ଳକ ପ୍ରଶାସନ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ସାଧୁବାଦ ଜଣାଇଛନ୍ତି। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ଚକାପାଦ ବ୍ଳକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ କାମ୍ବାଗୁଡ଼ା ୱାର୍ଡ଼କୁ ୫୧ ଯୋଗ୍ୟ ହିତାଧିକାରୀଙ୍କ ବିିଭିନ୍ନ ଆବାସ ଯୋଜନାରେ ଗୃହ ମଞ୍ଜୁର ହୋଇଥିବା ଯୋଗୁଁ ହିତାଧିକାରୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସ୍ଥାନୀୟ ୱାର୍ଡ଼ ମେମ୍ବର ଗୀତାଞ୍ଜଳୀ ମଲିକଙ୍କ ଚେଷ୍ଟା ଏବଂ ସରପଞ୍ଚ କିଶୋର ଚନ୍ଦ୍ର କହଁରଙ୍କ ଉଦ୍ୟମ ଫଳରେ କାମ୍ବାଗୁଡ଼ା ଗ୍ରାମର ଓବିସିଙ୍କ ପାଇଁ ୨୪ଟି ଗୃହ ମଞ୍ଜୁର ହୋଇଥିବା ବେଳେ ଏସ୍‍ସିମାନଙ୍କ ପାଇଁ ୨୧ଟି ଏବଂ ଏସ୍‍ଟିମାନଙ୍କ ପାଇଁ ୬ଟି ଗୃହ ମଞ୍ଜୁର ହୋଇଛି। ଯେଉଁଥିରେ ଇନ୍ଦିରା ଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍‍ କରାଯାଇଥିବାରୁ ହିତାଧିକାରୀ ଶ୍ରୀକର ଦିଗାଲ, ଅଭି ରଣା, କାମିତା ବେହେରା, ମିନି ବେହେରା, ସୁଜାତା ପ୍ରଧାନ, ପଦ୍ମିନୀ ବେହେରା, ରୋହିତ୍‍ ବେହେରା ଓ ଅନ୍ୟମାନେ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ