କାମ କରିବାକୁ ଛାଡିଲେନି, ମହିଳାଙ୍କ ରାସ୍ତା ରୋକ

ହାଟଡିହି / (ଓ୍ବାଇଏନ୍ଏସ୍) : ସମଗ୍ର ରାଜ୍ୟରେ ଏବେ କରୋନା ମହାମାରୀ ବ୍ୟାପିଥିବାବେଳେ ଗରିବ ଲୋକମାନେ କାମଧନ୍ଦାକୁ ଯାଇ ନପାରି ଭୋକ ୁପାସରେ ଦିନ କାଟୁଛନ୍ତିି । ଏବେ ଚାଷ କାମ ଚାଲୁଥିବାବେଳେ ଲୋକମାନେ ବିଲକୁ ରୁଆପୋତା ପାଇଁ ଯାଇ ଦୁଇ ପଇସା ପାଉଥିବାବେଳେ ତାହାକୁ ମଧ୍ୟ ବନ୍ଦ କରିଦିଆଯାଉଥିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଏହାକୁନେଇ ଆଜି ଶତାଧିକ ମହିଳା ଛେନାପଦି-ହଦଗଡ ରାସ୍ତାରେ ରାସ୍ତାରୋକ କରି ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଏବେ ଚାଷ କାମ ଚାଲୁଥିବାବେଳେ ହଦଗଡ ପଞ୍ଚାୟତର ମଧୁବନ, ହରଡବାଡି, ବାଘୁଆସାହି, ଶଙ୍କଟପାଲିଆ ପ୍ରଭୃତି ଗ୍ରାମର ଆଦିବାସୀ ଗ୍ରାମର ଲୋକମାନେ ବିଲ କାମ କରିବାକୁ ଛେନାପଦି, ମରୈଗାଁ, ହାଟଡିହି, ଓରାଳି ପର୍ଯ୍ୟନ୍ତ ଯାଇଥାନ୍ତି । ଆଜି ସକାଳୁ ସେମାନେ ତିନୋଟି ଗାଡିରେ କାମ କରିବାକୁ ଆସୁଥିବାବେଳେ ମଧୁବନ ଗ୍ରାମର କିଛି ବ୍ୟକ୍ତି ଗାଡିକୁ ଅଟକାଇ ସେପଟେ କରୋନା ବ୍ୟାପୁଛି ତୁମେ କାମ କରିବାକୁ ଯାଅନା କହି ଗାଡି ସହିତ ମହିଳାଙ୍କୁ ଅଟକାଇଥିଲେ । କିନ୍ତୁ ପୁର୍ବରୁ ମଧୁବନ, ଶଙ୍କଟପାଲିଆ ଗ୍ରାମରୁ କିଛି ମହିଳା କାମ କରିବାକୁ ପଳାଇ ଆସିଥିବାରୁ ଏହି ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖା ଦେଇଥିଲା । ଦୁଇଟି ଗାଡି ଛାଡି ଦେଇଥିବାବେଳେ ଆମକୁ କାହିଁକି ଅଟକାଇଲ ବୋଲି କହିବା ସହ ଆମ ଘର ଚଳିବାକୁ ମଜୁରୀ ଦିଅ ବୋଲି ଦାବିକରି ଅଞ୍ଜନା ଦେହୁରୀ, ଗୁଲ ନାଇକ, ପ୍ରଭାତୀ ନାଇକ, ପଦ୍ମିନୀ ନାଇକ, ହୁଇ ନାଇକ, ବାସନ୍ତୀ ତନ୍ତୀ, ଦେବକୀ ଲୋହାର, ଝୁନୁ ମହାରଣା, ସୁକାନ୍ତି ମଢ଼େଇ, ବୁଦୁନି ଦେହୁରୀ, ଭାରତୀ ନାଇକ, ସୁକାନ୍ତି ତନ୍ତୀ, ରୀତା ଦେହୁରୀ, ଝରଣା ଛେତ୍ରୀ, ବଉଳ ପାତ୍ର, ଅନୁସୁୟା ନାଇକଙ୍କ ସମେତ ଶତାଧିକ ମହିଳା ରାସ୍ତା ଉପରେ ବସିରହିଥିଲେ । ଘଣ୍ଟା ଘଣ୍ଟା ଧରି ସେମାନେ ରାସ୍ତାରୋକ କରିଥିଲେ । ମାସ୍କ ପିନ୍ଧି ଓ ସାମାଜିକ ଦୁରତା ରକ୍ଷାକରି ଆମେ କାମ କରୁଛୁ । ତେଣୁ ଆମ ଜୀବନ ଜିବୀକା କାହିଁକି ବନ୍ଦ କରାଯାଉଛି । ଯଦି କେହି ବନ୍ଦ କରୁଛ ତେବେ ଆମକୁ ମଜୁରୀ ଦିଅ ଆମେ ଚଳିବୁ ବୋଲି କହିଥିଲେ । କିନ୍ତୁ କରୋନା ବାହାନାରେ ଶ୍ରମିକ ମାନଙ୍କ ଜିବୀକାରେ ବାଧା ଦେବାକୁ ନେଇ ସାଧାରଣରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ