କାମ କରି ମଧ୍ୟ ମିଳୁନି ପ୍ରାପ୍ୟ, ଧାରଣାରେ ବସିବେ ଜିଲ୍ଲାପରିଷଦ ସଦସ୍ୟା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଧନୁର୍ଜୟ ପଞ୍ଚାୟତରେ ଜିଲ୍ଲାପରିଷଦଙ୍କ ଅନୁଦାନ ପାଣ୍ଠିରେ ନିର୍ମାଣ କରାଯାଇଥିବା ସିସି ରୋଡର କାମ ସରିଥିଲେ ମଧ୍ୟ ବ୍ଲକ କର୍ତ୍ତୁପକ୍ଷ ବିଲ କରୁନଥିବାରୁ ଆସନ୍ତାକାଲି ଠାରୁ ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜଣାଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଧନୁର୍ଜୟପୁର ପଞ୍ଚାୟତର କୁଶଟିକିରି ଗ୍ରାମର ଲହର ସାହିରେ ଜିଲ୍ଲାପରିଷଦ ଅନୁଦାନରୁ ତିନୋଟି ପ୍ରୋଜେକ୍ଟ ଯୋଗାଇ ଦେଇଥିବାବେଳେ ୨ମାସ ହେଲା ଏହିସବୁ କାର୍ଯ୍ୟ ସରିଥିବାବେଳେ ଆଜି ପର୍ଯ୍ୟନ୍ତ ଏହାର ବିଲ କରାଯାଉ ନାହିଁ । ୧ଲକ୍ଷ ୩୦ହଜାରର ଏକ କଂକ୍ରିଟ ରାସ୍ତା, ୨ଲକ୍ଷ ୩୦ହଜାରର ଏକ କଂକ୍ରିଟ ରାସ୍ତା, ଏକଲକ୍ଷ ୩୦ହଜାରର ଏକ କଂକ୍ରିଟ ରାସ୍ତା ବାଙ୍ଗୋର ପଞ୍ଚାୟତର ଖାଦାନ ହାଟରେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ କଂକ୍ରିଟ ରାସ୍ତା ପାଇଁ ଅନୁଦାନ ଯୋଗାଇ ଦେଇଥିବାବେଳେ କନିଷ୍ଠଯନ୍ତ୍ରୀ ଏହାର ଲେ ଆଉଟ ମଧ୍ୟ ଦେଇଥିଲେ । କିନ୍ତୁ କାମ ସରିବାର ଦୁଇମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ବିଲ କରାଯାଉ ନାହିଁ । ଏନେଇ ସେ ପୁର୍ବରୁ ବିଡିଓ, ଆନନ୍ଦପୁର ଉପଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଲ କରାଗଲା ନାହିଁ । ଏପରିକି ଗତ କିଛିଦିନ ତଳେ ବିଡିଓ ନିଜେ ଉକ୍ତ କାମର ତଦନ୍ତ କରିବାକୁ ଯାଇ ଦୁଇଦିନ ଭିତରେ ବିଲ କରାଇଦେବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ଟିକି କିସ୍କୁ ଅଭିଯୋଗ କରିଛନ୍ତି । ଫଳରେ ସେ ଆସନ୍ତାକାଲି ବ୍ଲକ କାର୍ଯ୍ୟାଳୟ ସମ୍‌ୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବିଡିଓ ଜୟଦେବ ଦାସଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ