କାମ କରୁନି ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ

ନୂଆଦିଲ୍ଲୀ, (ୱାଇଏନ୍‍ଏସ୍‍): ସୋସିଆଲ ମିଡିଆ ଏବେ ଅକାମି ହୋଇଯାଇଛି । ସୋମବାର ରାତିରୁ ଦୁନିଆର ଅଧିକାଂଶ ସ୍ଥାନରେ ଏହି ସୋଶାଲ ମିଡିଆ ସେବାର ସର୍ଭର ଡାଉନ୍ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ୟୁଜରମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରିଛନ୍ତି। ସୋମବାର ସନ୍ଧ୍ୟାରେ ବିଭିନ୍ନ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ତେବେ କେଉଁ କାରଣ ପାଇଁ ଏହି ସେବା ବନ୍ଦ ହୋଇ ତାହା ଜଣା ପଡ଼ିନାହିଁ। ଖବର ପ୍ରସାରିତ ହେବା ପରେ ଫେସବୁକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି, ଫେସବୁକ୍ ଏକ ବିବୃତ୍ତିରେ କହିଛି, କିଛି ଲୋକେ ଆମ ଆପ୍ସ ଓ ପ୍ରଡକ୍ଟ ବ୍ୟବହାର କରିବାରେ ସମସ୍ୟାର ସାମ୍ନା କରୁଥିବା ଆମେ ଜାଣିବାକୁ ପାଇଲୁ। ଖୁବଶୀଘ୍ର କିପରି ସବୁକିଛି ପୂର୍ବାବସ୍ଥାକୁ ଫେରିଆସିବ, ସେ ନେଇ ଆମେ କାମ ଚଳାଇଛୁ। ବ୍ୟାଘାତ ପହଞ୍ଚିଥିବାରୁ ଆମେ ଦୁଃଖିତ। ସନ୍ଧ୍ୟା ବେଳେ ୟୁଜର ଯେତେବେଳେ ଫେସବୁକ୍ ଓପନ୍ କଲେ, ସେତେବେଳେ କେବଳ ବଫରିଂ ହୋଇଥିଲା। ସେହିପରି ଇନଷ୍ଟାଗ୍ରାମ ଉପରେ ରିଫ୍ରେଶ୍ କରିବା ପରେ ‘କୁଡ୍ ନଟ୍ ରିଫ୍ରେସ୍ ଫିଡ୍’ର ମେସେଜ୍ ଆସୁଛି। ଏହି କାରଣରୁ ଟ୍ୱିଟରରେ ମଧ୍ୟ ଲୋକେ ଲଗାତର ଅଭିଯୋଗ କରୁଛନ୍ତି। ଖବର ଲେଖା ହେଲା ବେଳକୁ ତିନୋଟି ଯାକ ସୋଶାଲ ମିଡିଆ ପ୍ଲାଟଫର୍ମରେ ‘ଏରର’ ଦେଖିବାକୁ ମିଳିଛି। ହ୍ୱାଟ୍ସଆପରେ ଯେଉଁଠି ମେଜେସ୍ ପଠାଇବା ସମସ୍ୟା ଉପୁଜୁଛି, ଅନ୍ୟପଟେ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ ଦେଖିବା କିମ୍ବା ପୋଷ୍ଟ କରିବାରେ ସମସ୍ୟା ହେଉଛି। ଏହା ବ୍ୟତୀତ ଫେସବୁକ୍ ପେଜ୍ ମଧ୍ୟ ଲୋଡ୍ ନେଉନାହିଁ। ୱେବ ସର୍ଭିସକୁ downdetector.inରେ ଅନେକ ଉପଭୋକ୍ତାଙ୍କ ଠାରୁ ଅଭିଯୋଗ ଆସିଛି। ସମସ୍ତ ତିନୋଟି ସେବା ଅଧ ଘଣ୍ଟାରୁ ଅଧିକ ସମୟ ପାଇଁ ଡାଉନ୍ ଅଛି।ଭାରତରେ ଫେସବୁକର ୪୧୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି ଏବଂ ଏହାର ହ୍ୱାଟ୍ସଆପ୍ ମେସେଞ୍ଜର ୫୩୦ ମିଲିୟନ ଉପଭୋକ୍ତା ଅଛନ୍ତି। ଯାହା ଦେଶକୁ ଏହାର ସବୁଠାରୁ ବଡ଼ ବଜାର ଭାବରେ ବିବେଚନା କରୁଛି। ଇନଷ୍ଟାଗ୍ରାମରେ ଭାରତରେ ୨୧୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ