କାରକୁ ପିଟିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଆଜି ଦିନ ପ୍ରାୟ ୧୨ଟା ବେଳେ କାରକୁ ଏକ ଟ୍ରକ ଧକ୍କା ଦେଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ କାରରେ ଯାଉଥିବା ଭଦ୍ରକ ଜିଲ୍ଲାର ଯୁବ ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ ଓ ଅନ୍ୟ ତିନି ଜଣ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଓଡ଼ି୧୧କେ୨୫୮୬ ଟ୍ରକଟି ଭଦ୍ରକ ପଟୁ ଭଣ୍ଡାରିପୋଖରୀ ଅଭିମୁଖେ ଯାଉଥିବା ବେଳେ ଓଡ଼ି୦୨ବି ଏଫ ୮୮୯୯ କାରରେ ବିଜେପି ନେତା ଓ ଅନ୍ୟମାନେ ସମାନ ଦିଗରୁ ଆସୁଥିଲେ। ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ କାର ଟି ଟ୍ରକକୁ ଅତିକ୍ରମ କରିବା ପାଇଁ ଚେଷ୍ଟା କରିଥିବା ବେଳେ ଏଥିରେ ସେ ସଫଳ ହୋଇନଥିଲେ। ଫଳରେ ଛକ ନିକଟରେ କାର ବେଗ ବଢ଼ାଇ ଟ୍ରକ ଆଗକୁ ଆସିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ବିଜେପି ନେତା ଶ୍ରୀଦାସ ଓ ଅନ୍ୟମାନେ ଆହତ ହୋଇଥିବା ବେଳେ ଟ୍ରକ ଚାଳକ ଆକ୍ରୋଶର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଁଚି ଗାଡି ଦୁଇଟିକୁ ଜବତ କରିବା ସହ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ