କାରମେଲ ସ୍କୁଲର ବାର୍ଷିକ ଉତ୍ସବ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର କାରମେଲ ସ୍କୁଲ ପରିସରରେ ଶୁକ୍ରବାର ସନ୍ଧ୍ୟାରେ କାରମେଲ ସ୍କୁଲର ପ୍ରିନ୍ସପାଲ ସିଷ୍ଟର ଡୋରେଟ ଙ୍କ ପୈାରହିତ୍ୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାୟ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଆନୁଷ୍ଠାନିକ ଭାବେ ବାର୍ଷିକ ଉତ୍ସବ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥୀଭାବେ ଗଂଜାମ ଏସପିଙ୍କ ଧର୍ମ ପତ୍ନୀ ଆୟୁସି ରାୟ , ଭୋପାଲ କାରମେଲ କନଭେଣ୍ଟ ସ୍କୁଲର ସଭାପତି ଆଞ୍ଜ ଯୋଶ ଙ୍କ ବହୁମାନ୍ୟଗଣ୍ୟ ଅତିଥୀ ମାନେ ଯୋଗଦେଇଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରାରେ ପ୍ରାରମ୍ଭ ସ୍ୱାଗତ ସଂଗୀତ ପରିବେଶଣ କରାଯାଇଥିଲ।। ସ୍କୁଲର ପ୍ରିନ୍ସପାଲ ବାର୍ଷିକ ବିବରଣୀ ପାଠ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ପରେ ଅତିଥୀ ମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲ।ଏହାସହ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ